ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡିର ଜନସଂପର୍କ ପଦଯାତ୍ରା

ବିଜେଡିର ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ନଭେମ୍ବର ୨ ତାରିଖ ଯାଏଁ ଚାଲିବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀ ମିଶ୍ର, ଅରୁଣ ସାହୁ, ପ୍ରମିଳା ମଲ୍ଲିକ ଓ ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବରମୁଣ୍ଡା ପଡ଼ିଆରେ ବିଜେଡି ପକ୍ଷରୁ ଚଳିତ ମାସ ୨୯ ଓ ୩୦ ତାରିଖରେ ପ୍ରତିନିଧି ସମ୍ମିଳନୀ ଆୟୋଜିତ ହେବ। ୨୯ ତାରିଖରେ ଯୁବ, ଛାତ୍ର, ମହିଳା ମୋର୍ଚ୍ଚାର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସଂଗଠନର ପ୍ରତିନିଧିଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ୨ ହଜାରରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୩୦ ତାରିଖରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଳ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଉପସ୍ଥିତ ରହିବେ। ସେହିପରି ବ୍ରହ୍ମପୁର, କଟକ ଓ ଭୁବନେଶ୍ୱରର ମେୟର ଓ କର୍ପୋରେଟରମାନେ ଯୋଗ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପଦଯାତ୍ରାର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେନେଇ ୨ ଦିନିଆ ଆଲୋଚନା ହେବ। ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ଏହି ପଦଯାତ୍ରା କରାଯିବ। ପ୍ରତି ୱାର୍ଡରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ମ୍ୟୁନସିପାଲଟି ସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ।

Share Now:

Kalinga News Beuro

Next Post

ଏସସିବିରେ ପିଲା ଚୋରି ଘଟଣା: ଧରା ପଡିଲେ ମହିଳାଙ୍କ ସମେତ ଦୁଇଜଣ

Tue Sep 27 , 2022
କଟକ: କଟକ ବଡ଼ ଡ଼ାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗରେ ପିଲା ଚୋରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର। ସେ କହିଛନ୍ତି ଯେ ଏହି ଘଟଣାରେ ଜଣେ ମହିଳାଙ୍କ ସହ ଦୁଇଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଏହା ସହ ମହିଳାଜଣକ ଦାବି କରୁଥିବା ପୁତ୍ର ସନ୍ତାନ ଓ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରାଯାଉଛି। ଘଟଣାର ପୁରା ତଦନ୍ତ ପରେ ହିଁ ସମସ୍ତ ସତ୍ୟାସତ୍ୟ […]
ଏସସିବିରେ ପିଲା ଚୋରି ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial