ବିଗିଡ଼ିଲା ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ : ଆଇସିୟୁରେ ଭର୍ତ୍ତି

ବିଗିଡ଼ିଲା ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଲାୟମ ସିଂଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବାବେଳେ ଡାକ୍ତରମାନେ ନିରନ୍ତର ମୁଲାୟମ ସିଂଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ମୁଲାୟମଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିବାରୁ ତାଙ୍କ ପୁଅ ଅଖିଳେଶ ଯାଦବ ଲଖନଉରୁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି। ସୂଚନା ଥାଉ କି ମୁଲାୟମ ସିଂ ଯାଦବଙ୍କୁ ଦୀର୍ଘ ଦିନ ଧରି ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗତ ବର୍ଷ ମଧ୍ୟ ପେଟ ଯନ୍ତ୍ରଣା ହେତୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ପେଟ ଜନିତ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଉ ପରୀକ୍ଷାରୁ ଜଣାପଡିଥିଲା ଯେ ଅନ୍ତନଳୀରେ ସମସ୍ୟା ଥିଲା। ଏହାପରେ ଅନ୍ତନଳୀକୁ ସଫା କରିବା ପାଇଁ କଲୋନୋସ୍କୋପି କରାଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରେ ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ। ମେଦାନ୍ତ ହସ୍ପିଟାଲର ଡାକ୍ତର କହିଥିଲେ ଯେ ମୂତ୍ରନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା।

Share Now:

Kalinga News Beuro

Next Post

କାର ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ ଶାସ୍ତ୍ରୀ : ମୃତ୍ୟୁ ପରେ ପତ୍ନୀ ଶୁଝିଥିଲେ ବାକି ଥିବା କିସ୍ତି

Sun Oct 2 , 2022
ନୂଆଦିଲ୍ଲୀ: ଆଜିକାଲି ନେତାମାନେ ଲକ୍ଷ ଲକ୍ଷ ଟଙ୍କାର କାରରେ ବୁଲୁଛନ୍ତି। ନାମିଦାମୀ କମ୍ପାନିର କାର କିଣିବା ପାଇଁ ନେତାମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ଆଜି ଆମେ ଆପଣଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବାବଦରେ କିଛି ଅଜଣା କଥା କହିବୁ। ଯାହାକୁ ଜାଣିବା ପରେ ଆପଣ କହିବେ ସତରେ କଣ ଏମିତି ବି ଜଣେ ନେତା ଥିଲେ। ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ। […]
କାର ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ ଶାସ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial