କାର ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ ଶାସ୍ତ୍ରୀ : ମୃତ୍ୟୁ ପରେ ପତ୍ନୀ ଶୁଝିଥିଲେ ବାକି ଥିବା କିସ୍ତି

କାର ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ: ଆଜିକାଲି ନେତାମାନେ ଲକ୍ଷ ଲକ୍ଷ ଟଙ୍କାର କାରରେ ବୁଲୁଛନ୍ତି। ନାମିଦାମୀ କମ୍ପାନିର କାର କିଣିବା ପାଇଁ ନେତାମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ଆଜି ଆମେ ଆପଣଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବାବଦରେ କିଛି ଅଜଣା କଥା କହିବୁ। ଯାହାକୁ ଜାଣିବା ପରେ ଆପଣ କହିବେ ସତରେ କଣ ଏମିତି ବି ଜଣେ ନେତା ଥିଲେ। ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସରଳତାକୁ ସମସ୍ତେ ଏତେ ଭଲ ପାଉଥିଲେ ଯେ ଏବେ ବି ସମସ୍ତେ ତାଙ୍କୁ ଝୁରୁଛନ୍ତି। ଲାଲ ବାହାଦୂର ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କର ନିଜର କୌଣସି କାର ନଥିଲା। ଏକ ସାକ୍ଷାତକାରରେ ତାଙ୍କ ପୁଅ ଅନିଲ ଶାସ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କ ପିତାଙ୍କ ପାଖରେ କାର ନଥିଲା, ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ପରିବାର ସଦସ୍ୟ ତାଙ୍କୁ କାର କିଣିବାକୁ ଅନୁରୋଧ କରିଥିଲେ ଏବଂ ସେ କାରର ମୂଲ୍ୟ ବୁଝିବାକୁ ସଚିବଙ୍କୁ କହିଥିଲେ। ସେତେବେଳେ ଫିଆଟ କାରର ମୂଲ୍ୟ ୧୨୦୦୦ ଟଙ୍କା ଥିଲା।
ଶାସ୍ତ୍ରୀ ଜୀ ପାଖରେ ୭୦୦୦ ଟଙ୍କା ଥିଲା ଏବଂ ଅବଶିଷ୍ଟ ଅର୍ଥ ପାଇଁ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୫୦୦୦ ଟଙ୍କା ଋଣ ନେଇଥିଲେ। ଆପଣ ଦେଖିଥିବେ ଯେ ଯେତେବେଳେ ଜଣେ ସାଧାରଣ ବ୍ୟକ୍ତି ଋଣ ନେବାକୁ ବ୍ୟାଙ୍କକୁ ଯାଆନ୍ତି, ସେତେବେଳେ ତାଙ୍କୁ ଅନେକ ମାସ ଧରି ଅପେକ୍ଷା କରିବାକୁ ପଡିଥାଏ। କିନ୍ତୁ ଶାସ୍ତ୍ରୀ ଯେତେବେଳେ ଋଣ ପାଇଁ ଆବେଦନ କରିଥିଲେ ସେତେବେଳେ ମାତ୍ର ଅଧା ଘଣ୍ଟା ମଧ୍ୟରେ ତାଙ୍କର ଋଣ ମଂଜୁର ହୋଇଯାଇଥିଲା। ଆଉ ଏହାକୁ ନେଇ ଶାସ୍ତ୍ରୀ ଜୀ ବ୍ୟାଙ୍କକୁ ତାଗିଦ କରି କହିଥିଲେ ଯେ ସାଧାରଣ ଲୋକଙ୍କୁ ମଧ୍ୟ ଋଣ ଦେବା ପାଇଁ ଏତିକି ସମୟ ନେବା ଉଚିତ୍। ଲାଲ ବାହାଦୂର ଶାସ୍ତ୍ରୀଙ୍କର ୧୧ ଜାନୁୟାରୀ ୧୯୬୬ରେ ଉଜବେକିସ୍ତାନର ତାସକେଣ୍ଟରେ ମୃତ୍ୟୁ ହୋଇଥିଲା। ଏହାପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତାଙ୍କ ପତ୍ନୀ ଲଲିତା ଶାସ୍ତ୍ରୀଙ୍କୁ କାର ଋଣ ଫେରାଇନେବାକୁ ଚିଠି ଲେଖିଥିଲା। ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଶାସ୍ତ୍ରୀଜୀଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ। କିନ୍ତୁ ଶାସ୍ତ୍ରୀଜୀଙ୍କ ପତ୍ନୀ ଇନ୍ଦିରାଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ଆବଶ୍ୟକ ନୁହେଁ ବୋଲି କହିଥିଲେ। ତାଙ୍କ ପତ୍ନୀ ତାଙ୍କ ପେନସନରୁ ସମସ୍ତ କାର କିସ୍ତି ଶୁଝିଦେଇଥିଲେ।

Share Now:

Kalinga News Beuro

Next Post

ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ: ଚୋରି ସାମଗ୍ରୀ ଜବତ

Sun Oct 2 , 2022
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ ହୋଇଛି। ଉକ୍ତ ୬ ଜଣଙ୍କୁ ଅଟକ ରଖିଛି ଆରପିଏଫ। ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଚଳନ୍ତା ଟ୍ରେନ ଓ ଷ୍ଟେସନରେ ଅପରେସନ କରୁଥିବା ଜଣାଯାଇଛି। ସେମାନଙ୍କଠାରୁ ଭ୍ୟାନିଟି ବ୍ୟାଗ, ସୁନା ଚେନ ଓ ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ଅପରାଧ ବାବଦରେ ଆର ପିଏଫ […]
ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial