ସାବରମତି ଆଶ୍ରମରେ ଚରଖା ଚଳାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅହମଦାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ହେବା ପରେ ଗୁଜରାଟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଅହମଦାବାଦରେ ସାବରମତି ଗାନ୍ଧୀ ଆଶ୍ରମରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଚରଖା ଚଳାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ମୁର୍ମୁ ଗାନ୍ଧୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ସ୍ୱାଧୀନତା ସଂଗ୍ରାମକୁ ଦର୍ଶାଉଥିବା ଅଭିଲେଖାଗାର ପରିଦର୍ଶନ କରିଥିଲେ। ଏଠାରେ ସେ ମହାତ୍ମା ଗାନ୍ଧୀଙ୍କ ବାସଭବନ ହୃଦୟକୁଞ୍ଜ ପରିଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ ଆଜି ସନ୍ଧ୍ୟାରେ ଗୁଜରାଟ ସରକାର ତାଙ୍କ ସମ୍ମାନାର୍ଥେ ଆୟୋଜିତ କରିଥିବା ଏକ ଭୋଜିରେ ସେ ଯୋଗଦେବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କ ପାଇଁ ଏକ ଷ୍ଟାର୍ଟଅପ୍ ପ୍ଲାଟଫର୍ମ ଆରମ୍ଭ କରିବେ ଏବଂ ଶିକ୍ଷା ତଥା ଆଦିବାସୀ କଲ୍ୟାଣ ସହ ଜଡିତ ପ୍ରକଳ୍ପର ଉଦଘାଟନ କରିବେ।

Share Now:

Kalinga News Beuro

Next Post

ଠକେଇ ମାମଲାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପତ୍ତି ଆଟାଚ କଲା ଇଡି

Mon Oct 3 , 2022
ଭୁବନେଶ୍ୱର: ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଭୁବନେଶ୍ୱରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ବ୍ୟାଙ୍କ କର୍ମଚାରୀଙ୍କ ନାମ ବେଦବ୍ୟାସ ବାରିକ ହୋଇଥିବାବେଳେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୧ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ୪ଟି ପ୍ଲଟ, ଗୋଟିଏ ଫ୍ଲାଟ ଓ ୮ଟି ବ୍ୟାଙ୍କ ଆକାଉଣ୍ଟର ଜମା ଅର୍ଥ […]
ସମ୍ପତ୍ତି ଆଟାଚ କଲା ଇଡି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial