ମାଗଣା ବଣ୍ଟନ ପାଇଁ ଟଙ୍କା କେଉଁଠୁ ଆସିବ ଭୋଟରଙ୍କୁ ଜଣାଅ : ନିର୍ବାଚନ କମିସନ

ମାଗଣା ବଣ୍ଟନ ପାଇଁ ଟଙ୍କା

ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ଦ୍ୱାରା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା କରାଯାଉଥିବା ମାଗଣା ବଣ୍ଟନ ସ୍କିମ ପ୍ରସଙ୍ଗରେ ଭାରତର ନିର୍ବାଚନ କମିସନ କେତେକ ପରାମର୍ଶ ଜାରି କରିଛନ୍ତି। ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ ଭୋଟରମାନଙ୍କ ପାଇଁ ଘୋଷଣା କରାଯାଉଥିବା ସ୍କିମ ପାଇଁ ଅର୍ଥ କେଉଁଠୁ ଯୋଗାଡ଼ ହେବ ସେ ସମ୍ପର୍କରେ ବି ଭୋଟରଙ୍କୁ ଜଣାଇଦିଆଯିବା ଉଚିତ୍। “ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପାୟରେ ଉପଯୁକ୍ତ ସମୟରେ ନିର୍ବାଚନ କରିବା କୌଣସି ଗଣତନ୍ତ୍ର ପାଇଁ ଅବିଚ୍ଛେଦ୍ୟ ଅଟେ। ‘ମୁକ୍ତ, ନିରପେକ୍ଷ’ ଏବଂ ସ୍ୱଚ୍ଛ ନିର୍ବାଚନର ସଂକଳ୍ପରେ ଅନେକ ଦିଗ ରହିଛି। ଏଥିରେ ଅନ୍ତର୍ଭୁକ୍ତ ରହିଛି, ଭୋଟରମାନେ ଯେପରି ସହଜରେ ଏବଂ ବିନା ଭୟରେ କିମ୍ବା ଲୋଭରେ ଭୋଟ ଦେଇପାରିବେ। ସ୍ୱଚ୍ଛ ନିର୍ବାଚନର ଆଉ ଏକ ଦିଗ ହେଲା ଭୋଟରମାନଙ୍କୁ ସୁଶିକ୍ଷିତ କରିବା। ନିର୍ବାଚନର ପ୍ରତି ପର୍ଯ୍ୟାୟର ସୂଚନା ସେମାନଙ୍କ ନିକଟରେ ଠିକ ଭାବରେ ପହଞ୍ଚାଇବା ବୋଲି କମିସନ କହିଛନ୍ତି। ଏହି ପ୍ରସଙ୍ଗରେ ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ କହିଥିଲେ ଯେ, ଜନକଲ୍ୟାଣମୂ​ଳକ ସ୍କିମ୍ ଓ ମାଗଣା ବଣ୍ଟନ ମଧ୍ୟରେ ଏକ ତଫାତ୍ ରହିଛି। ଆମେ ଅର୍ଥନୀତି ଓ ସମାଜ କଲ୍ୟାଣ ମଧ୍ୟରେ ଏକ ଭାରସାମ୍ୟ ରଖିବା ଉଚିତ। ତେବେ ଅଯଥା ଓ ଅଯୁକ୍ତିକର ମାଗଣା ସ୍କିମ ଘୋଷଣା କରୁଥିବା ରାଜନୈତିକ ଦଳଙ୍କ ମାନ୍ୟତା ପ୍ରତ୍ୟାହାର ନେଇ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ଏହାର ଦାଇତ୍ୱ ନିର୍ବାଚନ କମିସନଙ୍କ ଉପରେ ନ୍ୟସ୍ତ କରିଥିଲେ।

Share Now:

Kalinga News Beuro

Next Post

ଲଘୁଚାପ କ୍ଷେତ୍ର ସକ୍ରିୟ : ଦ୍ୱୈତନଗରୀରେ ପ୍ରବଳ ବର୍ଷା

Tue Oct 4 , 2022
ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଭୋର ସମୟରୁ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି। ଖାଲି ସେତିକି ନୁହେଁ, ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ପରିଲକ୍ଷିତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୃଷ୍ଟ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ […]
ଦ୍ବୈତ ନଗରୀରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial