ପୁଲିସ ପୋଷାକରେ ସାଇବର ଲୁଟିଆ : ଦେହ ଦେଖାଇ ନେଇଗଲେ ୭୦ ହଜାର

ପୁଲିସ ପୋଷାକ ପିନ୍ଧି ଲୁଟିଲେ

ଭୁବନେଶ୍ୱର: ନ୍ୟୁଡ଼ କଲ କଲେ ଆଉ ତାପରେ ଆଇପିଏସ ବେଶରେ ଟଙ୍କା ଲୁଟିଲେ। ଜଟଣୀର ବିପିନ କୁମାର ମୁଦୁଲି ଏଭଳି ଠକେଇର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଜଟଣୀର ବିପିନ କୁମାର ମେଡ଼ିସିନ ଦୋକାନରେ କାମ କରନ୍ତି। ଆଉ ତାଙ୍କୁ ଜଣେ ଯୁବତୀ ପ୍ରଥମେ ନ୍ୟୁଡ଼ କଲ କରିଥିଲେ। ଆଉ ଏହାପରେ ସ୍କ୍ରିନ ସଟ ରଖି ବ୍ଲାକମେଲ କରିଥିଲେ। ବଡ଼କଥା ଯେ ପୁଲିସ ବର୍ଦ୍ଦି ପିନ୍ଧି ଟଙ୍କା ନ ଦେଲେ ଫସେଇ ଦେବେ ବୋଲି ଧମକ ଦେଇଥିଲେ।
ଏହାପରେ ୩ଟି କିସ୍ତିରେ ପାଖାପାଖି ୭୦ ହଜାର ଟଙ୍କା ଲୁଟିନେଇଥିଲେ। ପରେ ସୋସିଆଲ ମିଡିଆରେ ନ୍ୟୁଡ଼ ଭିଡିଓ କଲକୁ ଭାଇରାଲ କଲେ। ଦୁଃଖର ସହ ବିପିନ ସାଇବର ଥାନାରେ ଅଭିଯୋଗ କରିଥିବାବେଳେ କେହି ଏଭଳି ବୋକାମୀର ଶିକାର ନହେବାକୁ ଗଣମାଧ୍ୟମ ସମ୍ମୁଖରେ ସେ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

‘ଏଲ୍‌ଇଡି’ ଟେଲିଭିଜନ୍‌ ଫାଟି ୧୬ ବର୍ଷିୟ ବାଳକ ମୃତ

Wed Oct 5 , 2022
ଗାଜିଆବାଦ: ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ଜଣକ ଘରେ ଗୋଟାଏ ‘ଏଲ୍‌ଇଡି’ ଟେଲିଭିଜନରେ ବିସ୍ଫୋରଣ ଘଟିବାରୁ ଜଣେ ୧୬ ବର୍ଷିୟ ବାଳକର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଉକ୍ତ ବିସ୍ଫୋରଣ ଘଟଣାରେ ତା’ର ମାଆ, ଭାଉଜ ଓ ଜଣେ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ବିସ୍ଫୋରଣ ଏଡ଼େ ପ୍ରଚଣ୍ଡ ଥିଲା ଯେ, କଂ‌କ୍ରିଟ୍‌ ସ୍ଲାବ୍‌ ଓ ଘର କାନ୍ଥରୁ ଗୋଟାଏ ଅଂଶ ମଧ୍ୟ ଭାଙ୍ଗିପଡ଼ିଛି। ଏହି ଘଟଣାରେ […]
ଟେଲିଭିଜନ୍‌ ଫାଟି ୧୬ ବର୍ଷିୟ ବାଳକ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial