ସାଙ୍ଗୋଲାରେ ରାବଣ ପୂଜା

ରାବଣଙ୍କ ଆଶୀର୍ବାଦରୁ ଚାକିରି

ମୁମ୍ବାଇ: ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ଦଶହରା ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ, ମେଘନାଦ ଏବଂ ରାବଣ ପୋଡି କରାଯାଇଥାଏ। ହେଲେ ଦେଶରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠାରେ ରାବଣ ପୋଡି ନକରାଯାଇ ରାବଣଙ୍କୁ ପୂଜା କରାଯାଏ। ଏହିପରି ଗୋଟିଏ ଗ୍ରାମ ମହାରାଷ୍ଟ୍ରର ଅକୋଲାରେ ମଧ୍ୟ ଅଛି, ଯେଉଁଠାରେ ଦଶହରା ଦିନ ରାବଣ ପୋଡି କରାନଯାଇ ରାଜା ରାବଣଙ୍କ ଆଳତୀ କରାଯାଇଥାଏ। ଅକୋଲା ଜିଲ୍ଲାର ସାଙ୍ଗୋଲା ଗାଁର ଅନେକ ବାସିନ୍ଦା ବିଶ୍ୱାସ କରନ୍ତି ଯେ, ରାବଣଙ୍କ ପୂଜା କରିବା ଦ୍ବାରା ସେମାନଙ୍କୁ ଚାକିରି ମିଳେ ଏବଂ ସେମାନେ ନିଜର ପରିବାର ଚଳାଇ ପାରନ୍ତି। ରାବଣଙ୍କ ଆଶୀର୍ବାଦ ହେତୁ ଜୀବିକା ନିର୍ବାହ କରିବାରେ ସକ୍ଷମ ହେଉଥିବା ଭାବି ସାଙ୍ଗୋଲା ଗାଁର ବାସିନ୍ଦା ରାବଣଙ୍କୁ ପୂଜା କରିଥାନ୍ତି।
ଗତ ୩୦୦ବର୍ଷ ଧରି ଗାଁରେ ରାବଣଙ୍କୁ ତାଙ୍କର ଜ୍ଞାନ ପାଇଁ ପୂଜା କରିବାର ପରମ୍ପରା ଚାଲି ଆସିଛି ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ଗାଁର ମଧ୍ୟଭାଗରେ ୧୦ଟି ମୁଣ୍ଡ ଥିବା ରାବଣଙ୍କ ଏକ ଲମ୍ବା କଳା ପଥର ପ୍ରତିମା ରହିଛି। ସ୍ଥାନୀୟ ବାସିନ୍ଦା ଭିବାଜୀ ଠାକୁର ବୁଧବାର ଦିନ ଦଶହରା ଅବସରରେ କହିଥିଲେ ଯେ, ଗ୍ରାମବାସୀ ଉଭୟ ଭଗବାନ ରାମଙ୍କୁ ଏବଂ ରାବଣଙ୍କୁ ବିଶ୍ବାସ କରନ୍ତି। ସ୍ଥାନୀୟ ଲୋକ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ପ୍ରତିବର୍ଷ ଦଶହରାରେ ଏହି ଛୋଟ ଗାଁକୁ ଲଙ୍କାର ରାଜାଙ୍କ ପ୍ରତିମୂର୍ତ୍ତୀ ଦେଖିବା ପାଇଁ ଆସନ୍ତି ଏବଂ କେହି କେହି ପ୍ରାର୍ଥନା ମଧ୍ୟ କରନ୍ତି।

Share Now:

Kalinga News Beuro

Next Post

ଉତ୍ତର-କୋରିଆକୁ ନେଇ ବିସ୍ଫୋରକ ସ୍ଥିତି : ନୌଭେଳା ପଠାଇଲା ଆମେରିକା

Thu Oct 6 , 2022
ସିଓଲ : ତାଇଓ୍ବାନକୁ ନେଇ ପୂର୍ବ ଏସିଆରେ ଉତ୍ତେଜନା କମିନଥିବାବେଳେ ଉତ୍ତର କୋରିଆକୁ ନେଇ ଉତ୍ତେଜନା ଆରମ୍ଭ ହୋଇଯାଇଛି। ଉତ୍ତରକୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଉକ୍ତ ଅଂଚଳରେ ଆମେରିକା ଯୁଦ୍ଧ ଜାହାଜର ପ୍ରବେଶ ସ୍ଥିତିକୁ ବିସ୍ଫୋରକ କରିଦେଇଛି। ଦକ୍ଷିଣ କୋରିଆର ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଉତ୍ତର କୋରିଆ ପକ୍ଷରୁ ଗତ ଦୁଇ ସପ୍ତାହ ମଧ୍ୟରେ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ କୋରିଆ ଉପଦ୍ବୀପ ଅଂଚଳରେ ଉତ୍ତେଜନା […]
ଉତ୍ତର-କୋରିଆକୁ ନେଇ ବିସ୍ଫୋରକ ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial