ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି। କଟକ ସିଡିଏ ସେକ୍ଟର-୭ରେ ଥିବା ୩ ମହଲା ଘର, ସାଲେପୁର ଚମ୍ପତିପାଟଣାରେ ଥିବା ପୈତୃକ ଘର, ଜଟଣୀ କଣ୍ଟିଲୋରେ ଥିବା ସୃଷ୍ଟି ପ୍ଲାଜାରେ ରେଡ୍ କରାଯାଇଛି। ସେହିପରି ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି। ଭିଜିଲାନ୍ସର ୩ଜଣ ଡିଏସପିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି। ଏଥିରେ ୧୧ ଜଣ ଇନ୍ସପେକ୍ଟର ଓ ୨ସବ-ଇନ୍ସପେକ୍ଟର ସାମିଲ ଅଛନ୍ତି।

Share Now:

Kalinga News Beuro

Next Post

ପାଣିକୁ ନେଇ ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Mon Oct 10 , 2022
ରାଉରକେଲା : ସେକ୍ଟର-୧୬ ଇସ୍ପାତ କଲେଜ ନିକଟସ୍ଥ ଖଟଲବସ୍ତିରେ ପାଣିକୁ ନେଇ ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଭଉଣୀଙ୍କୁ ଆରଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ବସ୍ତିରେ ଦୁଇ ଭଉଣୀ ପରିବାର ସହ ରହନ୍ତି। ଅନ୍ୟ ଏକ ପରିବାରରେ ଜଣେ ବିଧବା ମହିଳାଙ୍କ ସହ ତାଙ୍କର ୪ଝିଅ ରହନ୍ତି। କୂଅରୁ ପାଣି ନେବାକୁ ନେଇ ପଡୋଶୀ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ଦୁଇ […]
ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial