ଭୁବନେଶ୍ବର: ଆସନ୍ତା ଏକମାସ ଭିତରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଠିବ। ଏନେଇ ଆଜି ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି। ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଭିଡିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋଚନା କରିଛନ୍ତି। ଅଭିଯୋଗ ଶୁଣିବା ପରେ ଏକ ମାସ ଭିତରେ ଦାବି ପୂରଣ ହେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଏହି ଆଲୋଚନା ବେଳେ ଉପସ୍ଥିତ ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ। ଅନ୍ୟପଟରେ ଆଗାମୀ ଏକ ମାସ ଭିତରେ ସରକାର ଏବାବଦରେ କୌଣସି ନିଷ୍ପତ୍ତି ନ ନେଲେ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ସଂଘ ବୈଠକ ପରେ ନିଷ୍ପତ୍ତି ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି : ଏକମାସ ଭିତରେ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା

Share Now: