ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ପେଟ୍ ସିଟି ସ୍କାନ୍ ବ୍ୟବସ୍ଥା

ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ

କଟକ: କର୍କଟ ରୋଗ ଚିକିତ୍ସା ସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ପେଟ୍ ସିଟି ସ୍କାନ ବ୍ୟବସ୍ଥା। ସମ୍ପୂର୍ଣ୍ଣ ମାଗଣାରେ ରୋଗୀ କରି ପାରିବେ ପରୀକ୍ଷା। ପୂର୍ବରୁ ଏଥିପାଇଁ ଘରୋଇ ପରୀକ୍ଷା କେନ୍ଦ୍ରରେ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ରୋଗୀ। ଏହାଛଡା ଅଧିକ ୨୦ଟି ନୂତନ ଆଇସିୟୁ ଉଦଘାଟନ ହୋଇଛି। ଅନୁଷ୍ଠାନରେ ୨୮୧ରୁ ୫୦୭ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଭରଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ।
ଏହାସହ କଟକ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ କଟକ ମହାନଗର ନିଗମ କମିସନର ମଧ୍ୟ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ମେଗା ପ୍ରକଳ୍ପ ପାଇଁ ବହୁତଳ ୬ ମହଲା ବିଲ୍ଡିଂ ପାଇଁ ୩୮.୩୬ କୋଟି ସରକାର ମଞ୍ଜୁର କରିଥିଲେ। ଏହାର ପ୍ରଥମ ମହଲାରେ ପେଟ୍‌ ସିଟିସ୍କାନ୍, ଦ୍ୱିତୀୟରେ ସିଟି ସ୍କାନ ଏମ ଆର ଆଇ ରହିଛି। ସେହିପରି ୩ୟରେ ଆଇସିୟୁ, ୪, ୫ ଓ ୬ ମହଲରେ ବର୍ଦ୍ଧିତ ବେଡ୍ ଅନୁଯାୟୀ ୱାର୍ଡ କରାଯାଇଛି।

Share Now:

Kalinga News Beuro

Next Post

ବଜାର କୋଲକାତା ସୋ ରୁମ ସିଲ୍ କଲା ସିଏମସି

Thu Oct 13 , 2022
କଟକ: କଟକର ସିଡିଏ ସେକ୍ଟର ୭ରେ ଥିବା ବଜାର କୋଲକାତା ସୋ ରୁମକୁ ସିଏମସି(କଟକ ମହାନଗର ନିଗମ) କର୍ତ୍ତୃପକ୍ଷ ସିଲ୍ କରିଥିବା ଜଣାଯାଇଛି। କିଛି ଦିନ ତଳେ ସିଡିଏ ସେକ୍ଟର ୭ରେ ବଜାର କୋଲକାତା ସୋ ରୁମ ଖୋଲିଥିଲା। ଆପ୍ରୁଭାଲ୍ ପ୍ଲାନ ନ ଥିବାରୁ ସିଡିଏ ସେକ୍ଟର -୭ରେ ବଜାର କୋଲକାତା ସୋ ରୁମରେ ସିଏମସି ପକ୍ଷରୁ ଆଜି ଚଢ଼ାଉ କରାଯାଇଥିଲା। ଏହାପରେ ଉକ୍ତ ସୋ ରୁମକୁ ସିଲ୍ କରିଛି।ବେଆଇନ […]
ବଜାର କୋଲକାତା ସୋ ରୁମ ସିଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial