ଦୀପାବଳି ପାଇଁ ଭୁବନେଶ୍ବରରେ ୭ଟି ଜାଗାରେ ମିଳିବ ବାଣ

ଦୀପାବଳିରେ ଏଥର କମ୍ପିବ ଭୁବନେଶ୍ବର

ଭୁବନେଶ୍ବର: କୋଭିଡ-୧୯ କାରଣରୁ ବିଗତ ୨ ବର୍ଷରେ ଆଲୋକର ପର୍ବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହୋଇଥିଲା। ଏଥର କିନ୍ତୁ ଆଡମ୍ବରପୂର୍ଣ୍ଣ ଭାବେ ଦୀପାବଳି ପାଳନ କରାଯିବ। ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ କେଉଁଠାରେ ବାଣ ବଜାର ଖୋଲିବ ସେ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଂଜନ ସାମଲ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନରଙ୍କୁ ଚିଠି ଲେଖିଛନ୍ତି ଯେ, ଭୁବନେଶ୍ବରସ୍ଥିତ ଗାଡ଼କଣର ସବରସାହି ମେଳଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରାର ପଳାସୁଣୀ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀ ନଗରର ୟୁନିଟ-୧ ହାଇସ୍କୁଲ ପଡ଼ିଆ ପଛପଟ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଳନ ପଡ଼ିଆ, ବଡ଼ଗଡ଼ର ବିଡିଏ ମାର୍କେଟ ପାର୍ଶ୍ବ ସହିତ ୨ଟି ସ୍ଥାନରେ ବାଣ ବିକ୍ରି ହେବ।
ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଦେଇଥିବା ଅନୁମତି ସ୍ଥଳୀରେ ସୁଲଭ ମୂଲ୍ୟରେ ଗ୍ରାହକମାନେ ବାଣ ଓ ଆତସବାଜି କିଣିପାରିବେ। ଗତବର୍ଷ ବାଣ ବିକ୍ରି ନେଇ କଟକଣା ଥିଲେ ମଧ୍ୟ ରାଜଧାନୀର ଗଳିକନ୍ଦିରେ ଲୁଚାଛପାରେ ବାଣ ବିକ୍ରି ହୋଇଥିଲା। ଏପରିକି ‌ଗୋଟିଏ ବାଣର ମୂଲ୍ୟ ଯଦି ପ୍ୟାକିଂରେ ୨୦ ଟଙ୍କା ଲେଖାଥିଲା, ଦୋକାନିମାନେ ତାକୁ ୫୦ ଟଙ୍କାରେ ବିକ୍ରି କରୁଥିଲେ। ବାଣ ବିକ୍ରି ବେଳେ ଯେପରିକି ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ସେହିପରି ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ ଏବଂ ଦଳକଳଗୁଡ଼ିକ ଏହି ସ୍ଥାନଗୁଡ଼ିକରେ ରହିବ। ଲାଇସେନ୍ସ ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲିପାରିବେ। ଲୋକେ ଏହି ସ୍ଥାନରୁ ବାଣ କିଣିବା ସହ ଏହାକୁ ଫୁଟାଇବା ବେଳେ ନିରାପତା ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ସରକାରୀ ଘର ଭଡ଼ା ଦେଇ ବସ୍ତିରେ ମାଲିକ

Sat Oct 15 , 2022
ଭୁବନେଶ୍ବର: ଭୁବନେଶ୍ବରରେ ଶସ୍ତାରେ ଘରଭଡ଼ା ଖୋଜୁଛନ୍ତି କି? ତେବେ ବସ୍ତିକୁ ଯାଆନ୍ତୁ। ଘର ପାଇଁ ନୁହେଁ, ଘର ମାଲିକଙ୍କୁ ଭେଟିବାକୁ ବସ୍ତିକୁ ଯାଆନ୍ତୁ। ବସ୍ତିରେ ଟିଣ ଛପର ଘରେ ରହୁଥିବା ଘରମାଲିକ ଆପଣଙ୍କୁ ୱେଲ୍‌ ଫର୍ଣ୍ଣିସ୍‌ଡ୍‌ କୋଠା ଘର ଭଡ଼ାରେ ଦେବେ। ସେଭଳି ଭଡ଼ା ଘର ସହରର ପ୍ରମୁଖ ସ୍ଥାନରେ ମିଳିବ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏ କଥା ଆମେ କହୁନୁ, ବିଏମ୍‌ସି ପକ୍ଷରୁ ବସ୍ତି ଉଚ୍ଛେଦ କଲାବେଳେ […]
ସରକାରୀ ଘର ଭଡ଼ା ଦେଇ ବସ୍ତିରେ ମାଲିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial