ଧାମନଗର ଉପନିର୍ବାଚନ: ‘ନୌକା’ରେ ପାରି ହେବେ ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ

‘ନୌକା’ରେ ପାରି ହେବେ ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଲଢେଇ ଜୋରଦାର ହେବ। ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେବ। କେହି କାହାକୁ ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି | ଏହି ନିର୍ବାଚନ ମଣ୍ଡଳୀରୁ ୨୦୧୯ ରେ ବିଜେପି ଦଖଲରେ ଥିଲା। ଏଠାରୁ ବିଷ୍ଣୁ ସେଠୀ ବିଧାୟକ ଥିଲେ। ବିଷ୍ଣୁଙ୍କୁ ଅକାଳ ବିୟୋଗରେ ଏହି ଆସନଟି ଖାଲି ପଡିଥିଲା। ଏଥିପାଇଁ ହେଉଥିବା ଉପ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ମୁକାବିଲା ହେବାକୁ ଥିଲା। ମାତ୍ର ବିଜେଡ଼ି ଦଳର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଟିକଟରୁ ବଞ୍ଚିତ କରିବା ପରେ ବିଜେଡ଼ି ରାଜନୀତି ଏଠି ଅଡ଼ୁଆ ହୋଇଛି। ରାଜୁ ସ୍ଵାଧୀନରେ ପ୍ରାର୍ଥୀ ହୋଇଥିବାବେଳେ ଏହା ବିଜେଡ଼ି ଦଳ ପାଇଁ ଚିନ୍ତାର କାରଣ ହୋଇଛି। ରାଜୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଦଳ ତରଫରୁ ବହୁ ଚାପ ପଡିଥିଲା। ମାତ୍ର ରାଜୁ ଏହାକୁ ମାନିନଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖର ଶେଷ ଦିନ ଥିଲା। ଗତକାଲି ରାତି ସୁଦ୍ଧା ରାଜୁଙ୍କ ଉପରେ ବିଜେଡ଼ି ଦଳର ବଡ଼ ବଡ ନେତାମାନେ ଚାପ ପକାଇବା ସହ ବିଭିନ୍ନ ପଦପଦବୀର ଅଫର ଦେଇଥିଲେ। ମାତ୍ର ରାଜୁ ନିଜ ମାଟିର ସ୍ୱାଭିମାନ ପାଇଁ କାହା ପାଖରେ ବିକ୍ରି ହେବେ ନାହିଁ ବୋଲି ରୋକଠୋକ ଭାବରେ କହିଥିଲେ। ଆଜି ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନୌକା ଚିହ୍ନ ମିଳିଛି। ନୌକା ଚିହ୍ନକୁ ନେଇ ନିର୍ବାଚନର ନାଆ ବହିବେ ବୋଲି ରାଜୁଙ୍କ ସମର୍ଥକମାନେ କହିଛନ୍ତି। ଧାମନଗର ଉପନିର୍ବାଚନ ବୈତରଣୀ ପାଇଁ ନୌକା ଚିହ୍ନକୁ ନେଇ ଆସନ୍ତାକାଲିଠାରୁ ରାଜୁ ନିଜର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବେ ବୋଲି ଜଣାପଡିଛି। ନୌକା ଚିହ୍ନକୁ ନେଇ ରାଜୁ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି। ଆଜି ରାତିରେ ରାଜୁଙ୍କର ସମର୍ଥକମାନେ ନିର୍ବାଚନ ପ୍ରଚାର ଲାଗି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ରାଜୁଙ୍କର ପ୍ରଚାର ଗାଡ଼ି ପ୍ରସ୍ତୁତ ହୋଇଛି। ଅନ୍ୟ ତିନି ରାଜନୈତିକ ଦଳର ପ୍ରଚାର ଭଳି ରାଜୁ ମଧ୍ୟ ନିର୍ବାଚନରେ ଜୋରଦାର ପ୍ରଚାର କରିବେ ବୋଲି କହିଛନ୍ତି। ରାଜୁଙ୍କ ଷ୍ଟାର ପ୍ରଚାରକ ହେବ ଧାମନଗର ମାଟିର ସାଧାରଣ ଜନତା। ରାଜୁ ସେଇମାନଙ୍କୁ ନେଇ ପ୍ରଚାର କରିବେ ବୋଲି କହିଛନ୍ତି। ସ୍ଵାଧୀନ ପ୍ରାର୍ଥୀ ରାଜୁ ନିଜର ନିର୍ବାଚନ ପ୍ରଚାରକୁ ଜୋରଦାର କରିବାକୁ ଯୋଜନା କରିଥିବା ବେଳେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ମଧ୍ୟ ପ୍ରଚାର ପାଇଁ ସଜବାଜ ହୋଇଯାଇଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଘରକୁ ଘର ବୁଲି ନିଜର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଅବନ୍ତି ଦାସ ତାଙ୍କର ପଦଯାତ୍ରା ପ୍ରଚାର ଜୋରଦାର ଆରମ୍ଭ କରିଦେଇଛନ୍ତି। ପ୍ରଚାର ପାଇଁ ବିଜେପିର ମାଳ ମାଳ ନେତା ଓ ବିଜେଡ଼ିର ମାଳ ମାଳ ନେତା ଧାମନଗରରେ ବୁଲିବା ଆରମ୍ଭ କରିଦେଇଛନ୍ତି। ଏଥର ନିର୍ବାଚନ ଲଢେ଼ଇ ଜୋରଦାର ହେଉଥିବା ବେଳେ ନିର୍ବାଚନ ପ୍ରଚାର ଓ ଏହାର ଫଳାଫଳ ରୋଚକ ମୋଡ଼ ନେବାକୁ ଯାଉଛି।

Share Now:

Kalinga News Beuro

Next Post

ଜାମିନ ଖାରଜ : ପେଡ଼ିରେ ରହିବେ ନାଗୁଣୀ

Mon Oct 17 , 2022
ଭୁବନେଶ୍ବର: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ ହୋଇଥିବା ଜଣାଯାଇଛି। ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହାଫଳରେ ଜେଲରୁ ମୁକୁଳି ପାରିବେନି ଅର୍ଚ୍ଚନା ନାଗ। ସୂଚନାଯୋଗ୍ୟ, ଦେହ ବ୍ୟବସାୟ ଭଳି କଳା ବେପାରରେ ଯୁବତୀଙ୍କୁ ନିୟୋଜିତ କରିବା, ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ସୁଟ୍ କରି ଟଙ୍କା ପାଇଁ ବ୍ଲାକମେଲ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial