ଜୟପୁର ବିମାନବନ୍ଦରକୁ ଡିଜିସିଏ ପକ୍ଷରୁ ମିଳିଲା ଲାଇସେନ୍ସ

ଜୟପୁର ବିମାନବନ୍ଦରକୁ ଡିଜିସିଏ ଲାଇସେନ୍ସ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିିତ ବିମାନବନ୍ଦରକୁ ବିମାନ ଉଡାଣ ନେଇ ଅନୁମତି ମିଳିଛି। ‘ଉଡାନ୍‌’ ‌‌ଯୋଜନାରେ ବିମାନ ଚଳାଚଳ ନେଇ ଅକ୍ଟୋବର ୨୦ ତାରିଖରେ ଲାଇସେନ୍ସ ମିଳିଛି। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୧ଓ ୨୨ତାରିଖ ଦିନ ଜୟପୁର ବିମାନବନ୍ଦରରୁ ବିମାନ ଉଡାଇବା ପାଇଁ ଅନୁସଙ୍ଗିକ, ବୈଷୟିକ, ଭୌଗଳିକ ଭିତ୍ତିଭୁମି କେତେ ପ୍ରସ୍ତୁତି ସରିଛି ତାହାର ଅନୁଧ୍ୟାନ ଡିଜିସିଏ୍ (ଡାଇରେକ୍ଟରଟ୍ ଅଫ୍ ସିଭିଲ୍ ଏଭିଏସନ୍)ର ୩ଜଣିଆ ଟିମ୍ ଯାଞ୍ଚ କରି ୬୭ଟି ତ୍ରୁଟି ଚିହ୍ନଟ କରିଥିଲେ। ସମସ୍ତ ତ୍ରୁଟି ଗୁଡିକୁ ଗତ ତିନି ମାସ ମଧ୍ୟରେ ସୁଧାରିଥିବା ରିପୋର୍ଟ ଡିଜିସିଏ ନିକଟରେ ଦାଖଲ ହୋଇଥିଲା। ଗତ ୧୩ ତାରିଖରେ ପୁଣି ଡିଜିସିଏର ସହକାରୀ ନିର୍ଦ୍ଦେଶକ ଧୁଷର କୁମାର ମଣ୍ଡଳ ଓ ମନିଷ ଠାକୁର ଓ ଭୁବନେଶ୍ୱରରୁ ଆସିଥିବା ଏୟାରପୋର୍ଟ ଏଟିସି ଏଜିଏମ୍ ସରୋଜ କୁମାର ସାହୁ, ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସଡିଓ ସୋମନାଥ ତ୍ରିପାଠୀ, ବିମାନବନ୍ଦରର ଅଧିକାରୀ ସିମାଂଚଳ ସାହୁ, ଉପେନ୍ଦ୍ର ମିଶ୍ର, ଅରୁଣ କୁମାର ରାହା ଆଦି ଆଜି ଠାରୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଆରମ୍ଭ କରିଥିଲେ। ସଂପ୍ରତି ଏଠାରୁ ‘ବି’ କାଟେଗରୀ ଲାଇସେନସରେ ବିମାନ ଉଡାଇବା ପାଇଁ ଆବେଦନ କରାଯାଇଥିଲା। ଏହାର ସର୍ତ୍ତାବଳୀ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଭାବେ ଏମାନେ ଯାଞ୍ଚ କରିଥିଲେ। ସଂପ୍ରତି ବିଡ୍ ପାଇଥିବା ୱାନ ଇଣ୍ଡିଆ ଏୟାର ପକ୍ଷରୁ ନିୟମିତ ଭାବେ ସବୁ ରକମର ପାଗରେ କିଭଳି ବିମାନ ଓହ୍ଲାଇବା, ଉପରକୁ ଉଠିବା ଏବଂ ଉଡାଇବା ଆଦି ଜାରି ରହିଛି। ଭୁବନେଶ୍ବର ଓ ବିଶାଖାପାଟଣା ବିମାନବନ୍ଦରକୁ ଏହାରି ମଧ୍ୟରେ ଅଭ୍ୟାସ ଉଡାଣ ଜାରି ରହିଛି।

Share Now:

Kalinga News Beuro

Next Post

‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌

Thu Oct 20 , 2022
ନୂଆଦିଲ୍ଲୀ: ଆଜି ଗୁଜରାଟର ଏକତା ନଗର ଅନ୍ତର୍ଗତ ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ କରିଛନ୍ତି। କେୱାଡ଼ିଆରେ ‘ମିସନ୍‌ ଲାଇଫ୍‌’ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜଳବାୟୁ ପରିବର୍ତ୍ତନ ସମସ୍ୟା ସର୍ବତ୍ର ଅନୁଭୂତ ହେଉଛି। ବିଶାଳ ବରଫ ଚଟାଣ ସବୁ ତରଳି ଯାଉଛି, ନଈ ଶୁଖିଯାଉଛି। ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ମୁକାବିଲା କରିବାରେ ‘ମିସନ୍‌ […]
‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial