ବେଆଇନ୍‌ ବାଣ ବୋଝେଇ ୫ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ଖସିଗଲେ ୧୦ ଅଭିଯୁକ୍ତ

ବାଣ ବୋଝେଇ ୫ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ବ୍ରହ୍ମପୁର: ଦୀପାବଳି ପୂର୍ବରୁ ବାଣ ପ୍ରସ୍ତୁତକାରୀ ଓ ବ୍ୟବସାୟୀମାନେ ଅଧିକ ସକ୍ରିୟ ଦେଖାଯାଇଛନ୍ତି। ବାଣ ପ୍ରସ୍ତୁତ ଓ ବେପାର କରିବା ପାଇଁ ଲାଇସେନ୍ସର ଆବଶ୍ୟକତା ଥିବା ବେଳେ କିଛି ସ୍ଥାନରେ ଏହି ନିୟମର ଉଲ୍ଲଂଘନ ହେଉଥିବା ଦେଖାଯାଉଛି।‌ ତେଣୁ ଏହିଭଳି ସ୍ଥାନଗୁଡ଼ିକରେ ପୁଲିସ ଅତର୍କିତ ଚଢ଼ଉ କରୁଛି। ଗଞ୍ଜାମ ଜିଲ୍ଲା ଆସିକାର ନଳବଣ୍ଟାରେ ପୁଲିସ ଆଜି ଅତର୍କିତ ଭାବେ ଚଢ଼ଉ କରି ବାଣ ବୋଝେଇ ୫ଟି ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଚଢ଼ଉ ସମୟରେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଅଭିଯୁକ୍ତ ପୁଲିସ ଆଗରୁ ଖସିଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ଗତକାଲି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପୋଡ଼ାମାରୀ ଓ ଡେଙ୍ଗାଓସ୍ତା ଗ୍ରାମରେ ଚାଲିଥିବା ବେଆଇନ ବାଣ ଗୋଦାମ ଉପରେ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। ୧୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ହେଲେ, ପୋଡ଼ାମାରୀ ଗ୍ରାମର ପି.ପ୍ରଶାନ୍ତ କୁମାର ସୁବୁଦ୍ଧି, ଏ.ସୀମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ ଓ ଡେଙ୍ଗାଓସ୍ତା ଗ୍ରାମର ୟୁ.ଭଗବାନ ପାତ୍ର। ୪ଟି ମାମଲା ରୁଜୁ ହୋଇଛି। ଏଥିରେ ସଂପୃକ୍ତ ଜଣେ ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବି ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ସନ୍ଦେହ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ବେଆଇନ ବାଣ ‌‌ବ୍ୟବସାୟ ଉପରେ ଚଢ଼ଉକୁ ବ୍ୟାପକ କରାଯିବ ବୋଲି ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

କମିସନରେଟ୍ ପୁଲିସ କବଜାରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ

Fri Oct 21 , 2022
ଭୁବନେଶ୍ବର: ଆଜି ସକାଳେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଉଠାଇନେଇଥିବାର ସୂଚନା ମିଳିଛି। ଜଗବନ୍ଧୁଙ୍କୁ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରିବା ସହ ଅନ୍ୟ କୌଣସି ଠୋସ୍ ପ୍ରମାଣ ପାଇବା ପରେ ପୁଲିସ ଉଠାଇଥିବା କୁହାଯାଉଛି। ପୂର୍ବରୁ ଜଗବନ୍ଧୁଙ୍କୁ ପୁଲିସ୍ ଥାନାକୁ ଡାକି ଛାଡ଼ିଦେଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ […]
ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇନେଲା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial