ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା : ୩୩ ଗିରଫ, ଗାଁ ପରୁଷ ଶୂନ୍ୟ

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା

କବିସୂର୍ଯ୍ୟନଗର: ସମାଜରୁ ଅନ୍ଧ ବିଶ୍ୱାସର ଅନ୍ଧାରି ରାଜ ଆଜି ବି ଶେଷ ହୋଇପାରି ନାହିଁ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତ ମଧୁରଝୋଳ ଗାଁରେ ଘଟିଯାଇଥିବା ଏହି ଅଭାବନୀୟ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗ୍ରାମବାସୀଙ୍କ ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଇତି ମଧ୍ୟରେ ଏହି ଘଟଣାରେ ୩୩ ଜଣଙ୍କୁ ଗିରଫ କରିସାରିଥିବା ବେଳେ ୫୦ରୁ ଅଧିକ ମହିଳାଙ୍କୁ ଅଟକ ରଖିଛି। ପୁଲିସ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ପାଲଟିଛି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମହିଳାମାନେ ଥାନା ଘେରିବାକୁ ସଜ ହୋଇଛନ୍ତି। ସୂଚନା ଥାଉକି, ଗତ ଏକ ମାସ ତଳେ ଏହି ଗାଁରେ କୌଣସି କାରଣରୁ ୫ରୁ ଊର୍ଦ୍ଧ୍ବ ପିଲାଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମ କମିଟି ଓ ସଭାପତିଙ୍କ ସହାୟତାରେ ଏହାର ନିରାକରଣ ଲାଗି ଗାଁରେ ସଭା ବସି ଖଟ ବିଦ୍ୟାର ସହାୟତା ନେବାକୁ ସ୍ଥିର କରାଯାଇଥିଲା। ମାତ୍ର କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ଏହାକୁ ପଣ୍ଡ କରିଥିଲା। କିଛି ଦିନର ଶାନ୍ତି ଓ ନୀରବତା ପରେ କିଛି ଦିନ ତଳେ ଜୈନକ ମହିଳାଙ୍କୁ ପ୍ରେତାତ୍ମା ଲାଗିବା ପରେ ପିଲାଙ୍କ ମୃତ୍ୟୁର କାରଣ ଗୁଣିଆ ସାଧନା ବୋଲି ଗ୍ରାମବାସୀ କହିଥିଲେ।
ଆଜି ସକାଳୁ କୌଣସି ବାହାର ଲୋକକୁ ଗାଁକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ ସାହୁଙ୍କ ତତ୍ୱାବଧାନରେ ୪ ପ୍ଲାଟୁନ ପୁଲିସ ୪ ପୁଲିସ ଅଧିକାରୀ ଓ ଏସଡ଼ିପିଓ ଗାଁରେ ମଧ୍ୟାହ୍ନରେ ଚଢ଼ଉ କରି ୫୦ରୁ ଊର୍ଦ୍ଧ୍ବ ମହିଳାକୁ ଥାନାକୁ ଆଣି ଅଟକ ରଖିଛନ୍ତି। ଅନ୍ୟପକ୍ଷରେ ଗତ ରାତ୍ରରେ ଯୁଧିଷ୍ଠିରଙ୍କ ଘରେ ଗ୍ରାମର ଉଭୟ ମହିଳା ଓ ପୁରୁଷ ପଶି ତାଙ୍କ ସ୍ତ୍ରୀ ଝୁନୁ ନାହାକ(୫୦)କୁ ହତ୍ୟା କରିଛନ୍ତି। ପୁଅ ଯୋଗେଶ୍ୱର ଓ ସାଗର ଗ୍ରାମବାସୀ ମିଶି ମାକୁ ହତ୍ୟା କରିଥିବା ଗଣମାଧ୍ୟମକୁ କହିଛନ୍ତି।

Share Now:

Kalinga News Beuro

Next Post

ଡକାୟତି ଯୋଜନା କରି ମହିଳାଙ୍କ ସମେତ ୬ ଜଣ ଗିରଫ : ଗାଡ଼ି ଓ ଟଙ୍କା ସହ ଆପତ୍ତିଜନକ ସାମଗ୍ରୀ ଜବତ

Thu Oct 27 , 2022
ପୁରୀ: ମଧ୍ୟ ରାତ୍ରିରେ ଡକାୟତି ପାଇଁ ‌ଯୋଜନା କରୁଥିବା ବେଳେ ପୁରୀ ଜିଲ୍ଲା ବାସେଳିସାହି ଥାନା ପୁଲିସ ଅତର୍କିତ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ୫ ଜଣ ପୁରୁଷ ଓ ଜଣେ ମହିଳା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ମୋବାଇଲ୍‌, ଗାଡ଼ି ଓ ଟଙ୍କା ସହିତ କିଛି ଆପତ୍ତିଜନକ ଜିନିଷ ଜବତ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ (ବୟସ ଯଥାକ୍ରମେ ୨୩, […]
ମହିଳାଙ୍କ ସମେତ ୬ ଜଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial