ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ

ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ସୁପର-୧୨ର ଏକ ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ କରିଥିଲା। ଆଜିର ମ୍ୟାଚରେ ପୁଣି ବିଫଳ ହୋଇଥିଲେ କେଏଲ ରାହୁଲ। ସେ ମାତ୍ର ୯ ରନ କରି ଆଉଟ ହୋଇଥିଲେ। ତେବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଲଢୁଆ ସ୍କୋର ପ୍ରଦାନ କରିଥିଲେ। ପାକିସ୍ତାନ ମ୍ୟାଚ ପରେ କୋହଲି ପୁଣି ଥରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୬୨ ରନ କରିଥିଲେ। ରୋହିତ ୫୩ରନ ଓ ସୂର୍ଯ୍ୟ ୫୧ରନ କରିଥିଲେ। ଅନ୍ୟପକ୍ଷରେ ୧୮୦ରନର ଲକ୍ଷ୍ୟ ନେଇ ଖେଳୁଥିବା ନେଦରଲାଣ୍ଡସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମୁଖୀନ ହୋଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ। ଟିମ୍ ପିଙ୍ଗଲ ସର୍ବାଧିକ ୨୦ ରନ କରିଥିଲେ। ମାର୍କ ଓଡଉଡ ଓ ବାସ୍ ଡି ଲିଡ୍ ୧୬ ରନ ଲେଖାଏଁ କରିଥିଲେ। ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୩ ରନ କରିପାରିଥିଲା। ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଅର୍ସଦୀପ ସିଂ, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ବିନ୍ଦୁସାଗରର ଦଳ ଭର୍ତ୍ତି ପୋଖରୀରେ ଏଥର ଭାସିବ ବୋଇତ

Thu Oct 27 , 2022
ପୁରୁଣା ଭୁବନେଶ୍ୱର: ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଜାତିର ଐତିହ୍ୟ ଓ ଗୌରବର ବାର୍ତ୍ତା ବହନ କରୁଥିବା ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି। ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରରେ ବି ଏଥିପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରଠୁ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏଥିପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। କିନ୍ତୁ ପୁରୁଣା ଭୁବନେଶ୍ବରର ଗୋଟିଏ ଚିନ୍ତା ଦୂର ହୋଇପାରୁନାହିଁ। ଏଠା‌ରେ […]
ଦଳ ଭର୍ତ୍ତି ପୋଖରୀରେ ଭାସିବ ବୋଇତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial