ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ୍‌ ଓ ଛାତ୍ର କଂଗ୍ରେସ ମୁହାଁମୁହିଁ

ନବୀନ ନିବାସ ଘେରାଉ ଉଦ୍ୟମ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ଓ ପୁଲିସ୍‌ ମୁହାଁମୁହିଁ ହୋଇଥିବା ସୂଚନା ରହିଛି। ଛାତ୍ର କଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବୁ ଚେଷ୍ଟା କରିଥିଲା। ପୁଲିସ୍‌ ମେସାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା ସୂଚନା ରହିଛି। ତେବେ ଜାଣିବାକୁ ମିଳିଛି ଯେ ପୁଲିସ୍‌ ଛାତ୍ର କଂଗ୍ରେସ ସଦସ୍ୟମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ସେମାନେ ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ବାଟର୍ସକୁ ଧସେଇ ପଶିଛନ୍ତି। ସେଠାରେ ପଶିବା ସହ ମନ୍ତ୍ରୀଙ୍କ କ୍ବାଟର୍ସକୁ ଅଣ୍ଡାମାଡ଼ ବି କରିଛନ୍ତି।ମିଳିଥିବା ସୂଚନା ମୁତାବକ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଆଜି ଛାତ୍ର କଂଗ୍ରେସର କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ତାସହିତ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏହି ଘଟଣାରେ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କର ଇସ୍ତଫା ଦାବି କରିଥିଲେ ।

Share Now:

Kalinga News Beuro

Next Post

ସ୍ବେରେଜ କାମ ବେଳେ ଗ୍ୟାସ ପାଇପ୍‌ କଟିବା ଘଟଣା : ରାତି ଅଧରେ ରାସ୍ତା ଖୋଳି ତରବରିଆ କାମ

Sat Oct 29 , 2022
ସିଡିଏ: ସିଡିଏରେ ସ୍ବେରେଜ ପାଇପ ବିଛାଇବା ପାଇଁ ରାସ୍ତା ଖୋଳି କାମ କଲା ବେଳେ ଗ୍ୟାସ୍‌ ପାଇପ୍‌ କଟି ଯିବା ହେତୁ ସେଥିରୁ ଗ୍ୟାସ ଲିକ୍ ହେବା ଫଳରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଗେଲ୍‌ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ହେତୁ ବଡ ଦୁର୍ଘଟଣା ଟଳି ଯାଇଥିଲା। କିନ୍ତୁ ସ୍ବେରେଜ କାମ ନେଇଥିବା ଠିକାଦାର ଦିନ ବେଳା କାମ ନ କରି ଅତ୍ୟନ୍ତ ତରବରିଆ ଭାବେ ରାତିଅଧରେ ପୁଣି […]
ଗ୍ୟାସ ପାଇପ୍‌ କଟିବା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial