ସରିଲା ବାଲିଯାତ୍ରା ପଡିଆରେ ଲେଜର ଲାଇଟ ‌ଟ୍ରାଏଲ ସୋ : ଥ୍ରୀଡ଼ି ଆନିମେସନ୍ ଓ ମାହାତ୍ମାଗାନ୍ଧୀଙ୍କ କଟକ ଗସ୍ତ ପ୍ରଦର୍ଶନ

ଲେଜର ଲାଇଟ ‌ଟ୍ରାଏଲ ସୋ

କଟକ: ବାଲିଯାତ୍ରାକୁ ଚଳିତବର୍ଷ ଏକ ଭିନ୍ନ ଢଙ୍ଗରେ, ଭିନ୍ନ ରୂପରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଲେଜର ଲାଇଟ ସୋ ବ୍ୟବସ୍ଥା କରାଯାଇଛି। ଲେଜର ଲାଇଟ ସୋରେ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବହାର କରି କଟକର ଐତିହସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ଏହା ପ୍ରଦର୍ଶନ କରାଯିବ। ଏନେଇ ଆଜି ବାଲିଯାତ୍ରା ପଡିଆଠାରେ ଲେଜର ଲାଇଟ ସୋ ଟ୍ରାଏଲ କରାଯାଇଛି। ଟ୍ରାଏଲରେ ପ୍ରଥମେ ଥ୍ରୀଡି ଆନିମେସନ ଓ ପରେ ମହାତ୍ମାଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା। ଦିଲ୍ଲୀରୁ ଆସିଥିବା ଟିମ ମହାନଦୀ ପାଣିରେ ଏହାକୁ ଆଜି ଟ୍ରାଏଲ କରିଛନ୍ତି। ବାଲିଯାତ୍ରା ସମୟରେ ଲାଇଟ ଆଣ୍ଡ ସାଉଣ୍ଡ ମାଧ୍ୟମରେ ୮ଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ମାଗଣାରେ ଦର୍ଶକ ଏହାର ମଜା ନେଇପାରିବେ। ମହାନଦୀ ପାଣିରେ ଏକ ସ୍କ୍ରିନ ବା ପରଦା ଲାଇଟ, ପ୍ରୋଜେକ୍ଟର ମାଧ୍ୟମରେ ଭିଡିଓ ଏବଂ ସାଉଣ୍ଡ ସହିତ ପ୍ରଦର୍ଶନୀର ଟ୍ରାଏଲ କରାଯାଇଛି। ଓଡିଶାରେ ଏଭଳି ସୋ ପ୍ରଥମଥର କରାଯାଉଛି ବୋଲି ଦିଲ୍ଲୀରୁ ଆସିଥିବା ଟିମ କହିଥିବାବେଳେ ବାଲିଯାତ୍ରା ପୂର୍ବରୁ ବାବାଧାମରେ ଶିବଭଙ୍ଗା ନଦୀରେ ଏଭଳି ଲେଜର ସୋ କରାଯାଇଥିଲା।

Share Now:

Kalinga News Beuro

Next Post

ସିଆରପିଏଫରେ ପ୍ରଥମ ଥର ପାଇଁ ଦୁଇ ମହିଳା ଆଇଜି

Wed Nov 2 , 2022
ନୂଆଦିଲ୍ଲୀ : ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ପ୍ରଥମ ଥର ପାଇଁ ଦୁଇ ଜଣ ମହିଳା ଅଧିକାରୀଙ୍କୁ ଇନ୍ସପେକ୍ଟର ଜେନେରାଲ (ଆଇଜି) ପଦବୀକୁ ପଦୋନ୍ନତି ଦିଆଯାଇଛି। ଜଣେ ଆଇଜି ସିଆରପିଏଫର ଏକ କ୍ଷେତ୍ର ବା ସେକ୍ଟରର ମୁଖ୍ୟ ଥାଆନ୍ତି। ସିଆରପିଏଫ ମୁଖ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ଆନି ଆବ୍ରାହମଙ୍କୁ ରାପିଡ ଆକ୍ସନ ଫୋର୍ସ (ଆରଏଏଫ)ର ଆଇଜି ଭାବରେ ନିଯୁକ୍ତ କରାଯାଇଥିବାବେଳେ […]
ସିଆରପିଏଫରେ ପ୍ରଥମ ଥର ପାଇଁ ଦୁଇ ମହିଳା ଆଇଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial