ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ: ଓଡ଼ିଶୀ, ଛଉ ନୃତ୍ୟରେ ବିମୋହିତ ଦର୍ଶକ

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ

ରାଉରକେଲା: ସେକ୍ଟର-୫ସ୍ଥ ଭଞ୍ଜଭବନ ମୁକ୍ତାକାଶ ମଞ୍ଚରେ ଭଞ୍ଜ କଳା କେନ୍ଦ୍ର ଆନୁକୂଲ୍ୟରେ ବେଦବ୍ୟାସ ସଙ୍ଗୀତ ନୃ୍ତ୍ୟୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଉଦ୍‌ଘାଟନ କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗର ସହଯୋଗରେ ଆ‌ୟାଜିତ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟଟନର ବିକାଶରେ ବିଶେଷ ରୂପେ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଭଞ୍ଜ କଳା କେନ୍ଦ୍ରର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପ୍ରଥମ ସଂଧ୍ୟାରେ ଚିତାକର୍ଷକ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା। ପ୍ରାରମ୍ଭରେ ଭଞ୍ଜ କଳା କେନ୍ଦ୍ରର ନୃତ୍ୟଶିଳ୍ପୀମାନେ ଗୁରୁ ଶ୍ରୀ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ସଂରଚନା ତଥା ଗୁରୁ ନୀଳାଦ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ନାଟିକା ପ୍ରସ୍ତୁତ କରିଥିଲେ। ସେମାନଙ୍କ ଦ୍ୱାରା ପରିବେଷିତ ଲାସ୍ୟଚ୍ଛନ୍ଦମୟ ସ୍ଥାୟୀ ନୃ୍ତ୍ୟ, ସୂର୍ଯ୍ୟ ବନ୍ଦନା ଓ ଶିବ ତାଣ୍ଡବ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପଞ୍ଚଦଶ ଶତାବ୍ଦୀର ଆଦି କବି ନରସିଂହ ମେହେଟ୍ଟାଙ୍କ ରଚିତ ‘ବୈଷ୍ଣବ ଜନ ତୋ’ର ମନୋରମ ମନଛୁଆଁ ନୃତ୍ୟ ରୂପାନ୍ତରଣ ସହିତ ସେମାନେ ଜାତିର ଜନକ ମାହାତ୍ମାଗାନ୍ଧୀଙ୍କୁ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲୋକନୃତ୍ୟର ପର୍ଯ୍ୟାୟରେ ମାନଭୂମ ଇଚ୍ଛାଗଡର ପୁରୁଲିଆ ଛଉ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଶେଷରେ ଓଡ଼ିଶାର ରାଇରଙ୍ଗପୁରର କଳାକାରମାନେ ପରିବେଷଣ କରିଥିଲେ ଆଦିବାସୀ ସାନ୍ତାଳମାନଙ୍କର ଦାରାମଦାଃ ନୃତ୍ୟ। ବାଦ୍ୟ ଓ ତାଳର ଅନନ୍ୟ ସମା‌ହାରର ଏହି ଆଦି ପାରମ୍ପରିକ ନୃତ୍ୟ ପରିବେଶକୁ ସ୍ପନ୍ଦିତ ଓ ଅଭିଭୂତ କରିଥିଲା।

Share Now:

Kalinga News Beuro

Next Post

ଠିକଣା ହଜିଛି ହାତୀର : ହାତୀକୁ ଛାଡିବାକୁ ନାକେଦମ ହେଲାଣି ବନବିଭାଗ

Wed Nov 2 , 2022
ଭୁବନେଶ୍ୱର: ହାତୀକୁ ମିଳୁନି ଠିକଣା। ହାତୀକୁ ଛାଡିବାକୁ ବନବିଭାଗ ନାକେଦମ ହେଲାଣି। ମିଳିଥିବା ସୂଚନା ମୁତାବକ ଟ୍ରାଙ୍କୁଲାଇଜର କରି ଦନ୍ତାହାତୀକୁ ପଟିଆ ଜଙ୍ଗଲରେ ଛାଡ଼ିବାକୁ ନେଉଥିବାବେଳେ ଅର୍ଜୁନପୁରର ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ବିରୋଧ କରିଥିଲେ। ଶେଷରେ ସେଠାରୁ ବନବିଭାଗ ଫେରି ଆସି ଟାଙ୍ଗୀ ରେଞ୍ଜ ଅଧୀନ ଭୁଷଣ୍ଡପୂର୍ ସେକସନ୍ ନାଲସିହର ହାତିଆ ପାହାଡ଼ ଜଙ୍ଗଲରେ ଛାଡ଼ିବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଏହା ପରେ ହାତୀକୁ […]
ହାତୀକୁ ମିଳୁନି ଠିକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial