ଠିକଣା ହଜିଛି ହାତୀର : ହାତୀକୁ ଛାଡିବାକୁ ନାକେଦମ ହେଲାଣି ବନବିଭାଗ

ହାତୀକୁ ମିଳୁନି ଠିକଣା

ଭୁବନେଶ୍ୱର: ହାତୀକୁ ମିଳୁନି ଠିକଣା। ହାତୀକୁ ଛାଡିବାକୁ ବନବିଭାଗ ନାକେଦମ ହେଲାଣି। ମିଳିଥିବା ସୂଚନା ମୁତାବକ ଟ୍ରାଙ୍କୁଲାଇଜର କରି ଦନ୍ତାହାତୀକୁ ପଟିଆ ଜଙ୍ଗଲରେ ଛାଡ଼ିବାକୁ ନେଉଥିବାବେଳେ ଅର୍ଜୁନପୁରର ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ବିରୋଧ କରିଥିଲେ। ଶେଷରେ ସେଠାରୁ ବନବିଭାଗ ଫେରି ଆସି ଟାଙ୍ଗୀ ରେଞ୍ଜ ଅଧୀନ ଭୁଷଣ୍ଡପୂର୍ ସେକସନ୍ ନାଲସିହର ହାତିଆ ପାହାଡ଼ ଜଙ୍ଗଲରେ ଛାଡ଼ିବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଏହା ପରେ ହାତୀକୁ ନେଇ ବନବିଭାଗ ନିରାଶ ହୋଇ ଖୋର୍ଦ୍ଧା ଅଭିମୁଖେ ଫେରିଥିଲେ।
ବନ ବିଭାଗ ହାତୀଟିକୁ ୫୦କିମିରୁ ଅଧିକ ବାଟ ୮ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଗାଡ଼ିରେ ବୁଲୁଥିବାରୁ ତାର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ପ୍ରଭାବ ପଡ଼ିପାରେ। ଏପଟେ ଦୁଇ ଦୁଇଟି ଜଙ୍ଗଲରୁ ହାତୀ ଫେରି ଥିବାରୁ ହାତୀର ନୁଆ ଠିକଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ଜଙ୍ଗଲୀ ହାତୀଟି ସହର ଭିତରକୁ ପଶିଥିବାବେଳେ ତାକୁ ପାତ୍ରପଡ଼ା ଶନି ମନ୍ଦିର ନିକଟରୁ ଟ୍ରାଙ୍ଗୁଲାଇଜ୍‌ କରି ବନ ବିଭାଗ ଧରିବାରେ ସମର୍ଥ ହୋଇଥିଲା। ଏହି ଦନ୍ତା ହାତୀଟି ଧଉଳି‌ରୁ ଗ୍ୟାରେଜ୍‌ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ତାପରେ ସେଠାରୁ ସୁନ୍ଦରପଦା, ପୋଖରୀପୁଟ ଦେଇ ଆଇଗିଣିଆ ଆଡ଼େ ଯାଇଥିଲା। ହାତୀଟି ସହରର ଭିତରକୁ ପଶି ଆସିଥିବାରୁ ତାକୁ ଘଉଡ଼େଇବା ପାଇଁ ପ୍ରାୟ ୬୦ ବନ କର୍ମଚାରୀ ନିୟୋଜିତ ହୋଇ ନାକେଦମ ହୋଇଥିଲେ।

Share Now:

Kalinga News Beuro

Next Post

ନିମ୍ନମାନର ଖାଦ୍ୟ ବିକ୍ରି : ୭୧ ଫାଷ୍ଟ୍‌ଫୁଡ୍‌ ଦୋକାନିଙ୍କୁ ଜରିମାନା

Thu Nov 3 , 2022
ବିନା ଲାଇସେନ୍ସରେ ଖାଦ୍ୟ ବିକ୍ରି, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ଉ ଜାରି ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ହେଉ କିମ୍ବା ଆର୍‌ଏସ୍‌ପି ସହରାଞ୍ଚଳ, ବିଭିନ୍ନ ସ୍ଥାନରେ ଏବେ ଅସଂଖ୍ୟ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌ ଗଢ଼ିଲାଣି। ଏହି ଦୋକାନିମାନେ କିନ୍ତୁ ଖାଦ୍ୟ ନିରାପତ୍ତା ଆଇନକୁ ଆଦୌ ପାଳନ କରୁନାହାନ୍ତି। ଏଭଳି ଦୋକାନିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଆର୍‌ଏମ୍‌ସି ପକ୍ଷରୁ ଚଢ଼ଉ, ଯାଞ୍ଚ୍‌ ଆରମ୍ଭ ହୋଇଛି। ଗତ ଦୁଇଦିନ ଭିତରେ ନିୟମ ଉଲ୍ଲଂଘନକରି ବ୍ୟବସାୟ […]
୭୧ ଫାଷ୍ଟ୍‌ଫୁଡ୍‌ ଦୋକାନିଙ୍କୁ ୩୫ ହଜାର ଜରିମାନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial