ବାଇକ ଚୋର ସନ୍ଦେହରେ ପିଟିପିଟି ଯୁବକଙ୍କୁ ମାରି ଦେଲେ : ୭ ଅଟକ

ପିଟିପିଟି ଯୁବକଙ୍କୁ ମାରି ଦେଲେ

ବରପାଲି: ଜଣେ ଯୁବକକୁ ବାଇକ ଚୋରି ଅଭିଯୋଗ ନେଇ ପିଟିପିଟି ମାରି ଦେବା ପରି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲିରେ ଘଟିଛି। ଘଟଣାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର (୨୨) ରବିବାର ବାଇକ ଯୋଗେ ରାମପୁର ପଟୁ ଆସୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବରେ ତାଙ୍କୁ ବାଡି, ଗୋଇଠା ବିଧା ମାରି ଲହୁଲୁହାଣ କରି ଦେବା ପରେ ଛାଡି ଚାଲିଯାଇଥି‌ଲେ। ପରେ ବରପାଲି ଥାନା ପୁଲିସ ଖବର ପାଇ ବଳିଟିକ୍ରା ନିକଟରୁ ଗୁରୁତର ଅବସ୍ଥାରେ ଯୋଗେଶ୍ୱରଙ୍କୁ ବରପାଲି ସରକାରୀ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୋଗେଶ୍ୱରଙ୍କ ମୃତ୍ୟୁ ହୋଇଯାଇଛି।
ଏଠାରେ ପ୍ରକାଶଯୋଗ୍ୟ ଯେ ଗତ ମାସ ୨୭ ତାରିଖ ଦିନ ବଳି ଟିକ୍ରାର ରାଜେନ୍ଦ୍ର ଭୋଇଙ୍କ ପ୍ୟାସନ ପ୍ରୋ ବାଇକ ଚୋରି ନେଇ ବରପାଲି ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଯୋଗେଶ୍ୱରଙ୍କର ସଂପୃକ୍ତି ଥିବା ସନ୍ଦେହ କରି ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ବରପାଲି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଏକ ମାମଲା (କେସ ନମ୍ବର ୩୬୦/୨୨) ଦଫା ୩୦୨/୩୪) ରୁଜୁ କରି ୭ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି। ବରପାଲି ଆଇ ଆଇ ସି ରୋଜାଲିନ ପଟେଲ ଘଟଣାର ତଦନ୍ତ କରୁଛନ୍ତି।

Share Now:

Kalinga News Beuro

Next Post

ଜାପାନ ସହିତ ମିଶି ଚନ୍ଦ୍ରର ଅପର ପାର୍ଶ୍ଵ ସର୍ଭେ କରିବାକୁ ଯୋଜନା କରୁଛି ‘ଇସ୍ରୋ’

Mon Nov 7 , 2022
ନୂଆଦିଲ୍ଲୀ: ଜାପାନର ମହାକାଶ ଏଜେନ୍‌ସି ‘ଜାକ୍ସା’ ସହିତ ମିଶି ‘ଲ୍ୟାଣ୍ଡର୍‌ ଓ ରୋଭର୍‌ କମ୍ବିନେସନ୍‌’ ପଠାଇ ଚନ୍ଦ୍ରର ଅପର ବା ଅନ୍ଧକାର ପାର୍ଶ୍ବ ସର୍ବେକ୍ଷଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଯୋଜନା କରୁଛି। ଏଥିପାଇଁ ‘ଇସ୍ରୋ’ ‘ଜାକ୍ସା’ ସହିତ ଆଲୋଚନା ଚଳାଇଛି ବୋଲି ଡେରାଡୁନ୍‌ରେ ଅନୁଷ୍ଠିତ ‘ଆକାଶ ତତ୍ତ୍ଵ’ ସମ୍ମିଳନୀରେ ଅହମଦାବାଦର ‘ଫିଜିକାଲ୍‌ ରିସର୍ଚ ଲାବ୍ରଟରି’ର ନିର୍ଦ୍ଦେଶକ ଅନୀଲ ଭରଦ୍ଵାଜ କହିଛନ୍ତି।ଚନ୍ଦ୍ରାଭିଯାନ ଆରମ୍ଭ କରିବା ପାଇଁ […]
ଚନ୍ଦ୍ରର ଅପର ପାର୍ଶ୍ବ ସର୍ଭେ କରିବ ‘ଇସ୍ରୋ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial