ପୁଣି ୧୦୦୦ ଉପରେ ଦେଶର ଦୈନିକ କୋଭିଡ୍‌-୧୯ ସଂକ୍ରମଣ

ପୁଣି ୧୦୦୦ ଉପରେ ଦେଶର ଦୈନିକ କୋଭିଡ୍‌-୧୯ ସଂକ୍ରମଣ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୧୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦୦ ତଳେ ଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୧୬ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୧୬ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୬୩,୯୬୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୩ଜଣଙ୍କ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୫୧୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୨୦,୨୬୭। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୮% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୮୭ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୩%। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୧୯,୭୬,୫୫,୨୦୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୧,୫୨,୭୫୦ଟି ନମୁନା।

Share Now:

Kalinga News Beuro

Next Post

ମୁଁ ଜଣେ ଆତଙ୍କବାଦୀ ନୁହେଁ : ନଳିନୀ

Fri Nov 11 , 2022
ଚେନ୍ନାଇ : “ମୁଁ ଜାଣେ ମୁଁ ଜଣେ ଆତଙ୍କବାଦୀ ନୁହେଁ” ଜେଲରୁ ମୁକୁଳିବା ପରେ ଏପରି କଥା କହିଛନ୍ତି ରାଜୀବ ହତ୍ୟାକାଣ୍ଡ ମାମଲାର ଦୋଷୀ ନଳିନୀ ଶ୍ରୀହରନ ।ସେ କହିଛନ୍ତି ଯେ ସେ ଜେଲରେ ଅନେକ ବର୍ଷ ଧରି ଯନ୍ତ୍ରଣା ଭୋଗିଥିଲେ। କିନ୍ତୁ ଗତ ୩୨ ଘଣ୍ଟା ତାଙ୍କ ପାଇଁ କଷ୍ଟକର ଥିଲା। ସେ ତାଙ୍କୁ ସମର୍ଥନ କରିଥିବା ଲୋକ, ତାମିଲନାଡ଼ୁର ଲୋକ ଓ ଓକିଲମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସୁପ୍ରିମକୋର୍ଟ […]
ମୁଁ ଜଣେ ଆତଙ୍କବାଦୀ ନୁହେଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial