ରାଜଧାନୀରେ ପୁଲିସ୍ ହାତରେ ପୁଣି ଜଣେ ମାୟାବିନୀ

ରାଜଧାନୀରେ ପୁଣି ଚର୍ଚ୍ଚାରେ ଜଣେ ମାୟାବିନୀ

ଭୁବନେଶ୍ବର: ରାଜଧାନୀରେ ପୁଣି ଚର୍ଚ୍ଚାରେ ଜଣେ ମାୟାବିନୀ। ଏହି ମାୟାବିନୀଙ୍କ ନାମ ପ୍ରୀତି ଦେଶାଇ। ନିଜ ଘର କର୍ଣ୍ଣାଟକରେ ହୋଇଥିବା ବେଳେ ନିଜକୁ ଉଚ୍ଚଶିକ୍ଷିତା ବୋଲି ପରିଚୟ ଦେଇକି ସେ ଭୁବନେଶ୍ବରରେ ରହୁଥିଲା। ଚନ୍ଦ୍ରଶେଖରପୁର୍ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଲୁଟିଥିବା ବେଳେ, କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀ ବି ଏହି ମାୟାବିନୀର ପ୍ରେମ ଜାଲରେ ଫସିଥିବା ଜଣାଯାଇଛି। ବ୍ୟବସାୟୀଜଣକ ବ୍ଲାକମେଲରେ ଏତେ ଅତିଷ୍ଠ ହୋଇପଡ଼ିଲେ ଯେ ଶେଷରେ ନିଜ ଜୀବନ ହାରିଦେଲେ। ଏହାପରେ ରାଜସ୍ଥାନର କୋତୱାଲି ଥାନାରେ ଏଥିନେକି ଏକ ମାମଲା ରୁଜୁ ହେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ମାୟାବିନୀ ପ୍ରୀତି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଛି। ଶନିବାର ଦିନ ପୁଲିସ୍ ପ୍ରୀତିକୁ ଗିରଫ କରି ରାଜସ୍ଥାନକୁ ନେଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ମାଲିପଦର ଜଙ୍ଗଲରେ ଫେକ୍ ଏନକାଉଣ୍ଟର ଘଟଣା: ମୃତକର ଶବ ଦିଆନଯିବାରୁ ଜାତୀୟ ରାଜପଥ ଅବରୋଧ

Sun Nov 13 , 2022
ମାଲକାନଗିରି: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ମୃତକର ଶବ ଦିଆନଯିବାରୁ କତାମେଟା ମୁଖ୍ୟରାସ୍ତା ଅବରୋଧ କରି ଗାଁ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଜୟପୁର – ମାଲକାନଗିରି ୩୨୬ ନମ୍ବର ଜାତୀୟ […]
ଫେକ୍ ଏନକାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial