ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣା ଦେଲେ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କଲେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନସନ ଯୋଜନା ଚୁକ୍ତି ମାଧ୍ୟମିକ ଶିକ୍ଷକ ସଂଘ। ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତିକୁ ଉଛେଦ କରିବା ନିୟମ କେବଳ ୨୦୧୬ ମସିହା ପରଠୁ ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଲାଗୁ ହୋଇଛି। କିନ୍ତୁ ୨୦୦୪ ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ କାହିଁକି ଏହି ଉଛେଦ ପଲିସି ଲାଗୁ କରୁ ନାହାଁନ୍ତି ବୋଲି ଗଣଶିକ୍ଷା ବିଭାଗକୁ ଦୁଇ ସଂଘ ପ୍ରଶ୍ନ କରିଛନ୍ତି। ତେଣୁ ୨୦୧୩ କଣ୍ଟ୍ରାକଚୁଆଲ ନିୟମରେ ଯେଉଁ ଶିକ୍ଷକମାନେ ଆସୁଛନ୍ତି ସରକାର ତୁରନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଯଦି ସରକାର ସମସ୍ତ ଠିକା ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀଙ୍କ ପାଇଁ ସମାନ ନିୟମ ଲାଗୁ ନ କରନ୍ତି ତେବେ ପାଠପଢା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଗାମୀ ମାଟ୍ରିକ ପରୀକ୍ଷା ବି ବର୍ଜନ କରାଯିବ ବୋଲି ଶିକ୍ଷକମାନେ ଧମକ ଦେଇଛନ୍ତି।

Share Now:

Kalinga News Beuro

Next Post

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୧୧ ପ୍ରାର୍ଥୀ : ୩ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଅସଲ ଲଢ଼େଇ

Thu Nov 17 , 2022
ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଉପନିର୍ବାଚନ ପାଇଁ ପ୍ରମୁଖ ୩ଟି ଦଳ ସମେତ ୧୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ଓଡ଼ିଶା ଜନତା ପାର୍ଟି (ଓଜେପି) ତରଫରୁ ମୁକ୍ତେଶ୍ବର […]
୩ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଅସଲ ଲଢ଼େଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial