ସିଲିଗୁଡ଼ି ଯାଇଥିବା ବେଳେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ବାସ୍ଥ୍ୟାବସ୍ଥା

ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ସିଲିଗୁଡ଼ି ଯାଇଥିବା ବେଳେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ବାସ୍ଥ୍ୟାବସ୍ଥା। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଦିନ ସିଲିଗୁଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରିବା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ବିଜେପି ବିଧାୟକ ନୀରଜ ଜିମ୍ବା କହିଛନ୍ତି। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଗଡକରୀ ନିଜ କାରରେ ଦାର୍ଜିଲିଂର ସାଂସଦଙ୍କ ଘରକୁ ଯାଇଥିବା କୁହାଯାଉଛି। “କାର୍ଯ୍ୟକ୍ରମ ଶେଷ ହେବା ପରେ ଗଡକରୀଜୀ ଅଣନିଶ୍ବାସୀ ହୋଇପଡ଼ିଥିଲେ। ପରେ ଡାକ୍ତରମାନେ ତୁରନ୍ତ ଷ୍ଟେଜ ପଛକୁ ଆସି ତାଙ୍କର ଚିକିତ୍ସା କରିଥିଲେ। ଏବେ ସେ ଫେରିଯାଇଛନ୍ତି” ବୋଲି ଜିମ୍ବା କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦାର୍ଜିଲିଂ ସାଂସଦ ରାଜୁ ବିସ୍ତାଙ୍କ ବାସଭବନକୁ ନିଆଯାଇଛି। କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟକୁ ନେଇ ସ୍ପଷ୍ଟ ସୂଚନା ମିଳିବ। ତେବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ଗଡକରୀ ଉତ୍ତର ପଶ୍ଚିମବଙ୍ଗ ସିଲିଗୁଡିଠାରେ ୧୨୦୬କୋଟି ଟଙ୍କାର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇଥିଲେ।

Share Now:

Kalinga News Beuro

Next Post

ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ୩ ଦିନ କାନ୍ଦିଛି : ନଳିନୀ

Thu Nov 17 , 2022
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ନଳିନୀ ମୁକ୍ତ ହେବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ସେ ଅନେକ ଦିନ ପର୍ଯ୍ୟନ୍ତ କାନ୍ଦି ଥିଲେ। ସେ ନିଜେ କଂଗ୍ରେସ ଦଳର ହୋଇଥିବା ବେଳେ ରାଜୀବ ଗାନ୍ଧୀଙ୍କ ହତ୍ୟା ଆରୋପ ତାଙ୍କ […]
ନଳିନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial