ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ୩ ଦିନ କାନ୍ଦିଛି : ନଳିନୀ

ନଳିନୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ନଳିନୀ ମୁକ୍ତ ହେବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ସେ ଅନେକ ଦିନ ପର୍ଯ୍ୟନ୍ତ କାନ୍ଦି ଥିଲେ। ସେ ନିଜେ କଂଗ୍ରେସ ଦଳର ହୋଇଥିବା ବେଳେ ରାଜୀବ ଗାନ୍ଧୀଙ୍କ ହତ୍ୟା ଆରୋପ ତାଙ୍କ ମୁଣ୍ଡରେ ଲାଗିିବା କଥା ତାଙ୍କୁ ବେଶି କଷ୍ଟ ଦେଇଥିଲା। ଗତ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନଳିନୀ ନିଜର ମତ ରଖି କହିଛନ୍ତି, ‘ମୁଁ କଂଗ୍ରେସ ପରିବାରର। ଯେବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହୋଇଥିଲା ମୁଁ ପୂରା ଦିନ କିଛି ବି ଖାଇନଥିଲି। ଚାରି ଦିନ ପର୍ଯ୍ୟନ୍ତ କାନ୍ଦିଥିଲି। ଏପରିକି ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ମୁଁ ୩ ଦିନ ପର୍ଯ୍ୟନ୍ତ କାନ୍ଦିଥିଲି। ମାତ୍ର ମୋ ଉପରେ ତାଙ୍କୁ ହତ୍ୟା କରିବାର ଅଭିଯୋଗ ଲାଗିଲା। ମୁଁ ସେତେବେଳେ ଆରମରେ ବଞ୍ଚିପାରିବି, ଯେତେବେଳେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ପୂରାପୂରି ଭାବେ ମୋ ମୁଣ୍ଡରୁ ହଟିଯିବ।’ ସୂଚନା ଥାଉ କି ରାଜୀବ ଗାନ୍ଧୀ ମେ ୨୧, ୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ଏକ ନିର୍ବାଚନ ସମାବେଶରେ ଯୋଗଦେଉଥିବା ବେଳେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଏହି ମହିଳାଙ୍କ ନାମ ଧନୁ ହୋଇଥିବାବେଳେ ଏହି ଘଟଣାରେ ପେରାରୀବଲନ, ମୁରୁଗାନ୍, ସନ୍ଥାନ୍ ଏବଂ ନଳିନୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

Share Now:

Kalinga News Beuro

Next Post

ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

Thu Nov 17 , 2022
ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ, ଲେଖକ ତଥା ସ୍ତମ୍ଭକାର ଅବସର ବେଉରିଆଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ଗତ ରାତି ୨ଟା ୨୦ ମିନିଟ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀ ବେଉରିଆ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ,, ମିଆଁମାର, ଶ୍ରୀଲଙ୍କା ଏବଂ ରୁଷରେ […]
ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial