କୁଖ୍ୟାତ ଅପରାଧୀ ଶିବା ଗିରଫ : ୫ଜଣଙ୍କଠୁ ଛିଣ୍ଡାଇ ଥିଲା ଚେନ୍‌

କୁଖ୍ୟାତ ଅପରାଧୀ ଶିବା ଗିରଫ

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ ଶିବାକୁ କମିସନରେଟ ପୁଲିସ ଗିରଫ କରିଛି। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଧରିଛି। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା। ସେବେଠୁ ପାରୋଲୋରେ ଆସି ୫ ଜଣକ ଚେନ ଛଡାଇ ଫେରାର ଫେରାର ଥିଲା ଶିବା। ମହିଳା ଓ ଯୁବତୀଙ୍କୁ କରୁଥିଲେ ଟାର୍ଗେଟ। ଶିବା ନାଁରେ କେବଳ ଭୁବନେଶ୍ୱରର କ୍ୟାପିଟାଲ, ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରଫିଲଡ ଥାନାରେ ରହିଛି ୧୫ ମାମଲା। ଅଭିଯୁକ୍ତ ହେଉଛନ୍ତି ଝରଣାବସ୍ତି ଭୁବନେଶ୍ୱରର ଶିବ ଓରଫ ମଦନ ମୋହନ ମହାରଣା ଓ ପୁରୀର ମୁନା ଓରଫ ଅଶୋକ କୁମାର ମିଶ୍ର। ସିସିଟିଭି ଫୁଟେଜ ଆଧାରରେ ଧରା ହେଲା ଅଭିଯୁକ୍ତ। ଅଭିଯୁକ୍ତ ନିକଟରୁ ୪ଟି ସୁନା ଚେନ, କାନ ଫୁଲ, ମୋବାଇଲ ଓ ପଲସର ଜବତ କରାଯାଇଛି ବୋଲି ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପଦ୍ମପୁର ଉପନିର୍ବାଚନ: ନିର୍ବାଚନ ଲଢ଼ିବେ ୧୧ ପ୍ରାର୍ଥୀ,୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

Fri Nov 18 , 2022
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ନାମାଙ୍କନ ଆଜି ଯାଞ୍ଚ ସରିଛି। ପ୍ରାର୍ଥିପତ୍ର ଯାଞ୍ଚ ସରିବା ପରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। ନାମାଙ୍କନ ନାକଚ ହୋଇଥିବା ପ୍ରାର୍ଥୀ ହେଲେ ଜୟନ୍ତ ଥପା ଓ ଦେବବ୍ରତ ସୁନାନୀ। ଉଭୟ ଜୟନ୍ତ ଓ ଦେବଦତ୍ତ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ରିଟର୍ଣ୍ଣି ଅଧିକାରୀ ତ୍ରିଲୋଚନ ପାତ୍ର ଏହି ସୂଚନା […]
ପଦ୍ମପୁର ଉପନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial