ବଜାରରେ ସୁନାର ମୂଲ୍ୟ ବୃଦ୍ଧି

ସୁନାର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ସର୍ରାଫା ବଜାରରେ ଶୁକ୍ରବାର ସୁନାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ରୁପା ଦର ହ୍ରାସ ପାଇଛି। ୯୯୯ ଶୁଦ୍ଧତା ଥିବା ସୁନା ଦାମ ୫୨ହଜାରରେ ପହଞ୍ଚି ଯାଇଛି। ସେହିପରି ୯୯୯ଶୁଦ୍ଧତା ଥିବା ଏକ କିଲୋ ରୁପା ମୂଲ୍ୟ ୬୧ହଜାର ହୋଇଛି। ଏହାଫଳରେ ରୁପାର କୌଣସି ସାମଗ୍ରୀ କିଣିବାକୁ ଯୋଜନା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ରହିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ସକାଳେ ୯୯୫ଶୁଦ୍ଧତା ଥିବା ଦଶଗ୍ରାମ ସୁନା ଦାମ ବୃଦ୍ଧି ହୋଇ ୫୨୭୦୬ଟଙ୍କାରେ ପହଞ୍ଚିଛି। ସେହିପରି ୯୧୬ଶୁଦ୍ଧତା ସୁନା ଆଜି ୪୮୪୭୩ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ ୭୫୦ ଶୁଦ୍ଧତା ସୁନା ଦାମ ବୃଦ୍ଧି ହୋଇ ୩୯୬୮୯ଟଙ୍କା ହୋଇଛି। ଏହି କ୍ରମରେ ଦେଖିବାକୁ ଗଲେ ୫୮୫ ଶୁଦ୍ଧତା ସୁନାର ଦର ବୃଦ୍ଧି ପାଇ ୩୦୯୫୭ଟଙ୍କା ହୋଇଛି। ଏହା ବ୍ୟତୀତ ୯୯୯ଶୁଦ୍ଧତା ଥିବା ଏକ କିଲୋରୁପା ମୂଲ୍ୟ ଆଜି ୬୧୨୦୦ଟଙ୍କା ରହିଛି। ସୁନା ଓ ରୁପା ମୂଲ୍ୟ ସକାଳ ଓ ସନ୍ଧ୍ୟାରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଥାଏ। ପ୍ରକାଶିତ ରିପୋର୍ଟ ମୁତାବକ, ୯୯୯ଓ ୯୯୫ ଶୁଦ୍ଧତା ଥିବା ୧୦ଗ୍ରାମ ସୁନା ଆଜି ଅର୍ଥାତ ନଭେମ୍ବର ୧୮ ତାରିଖରେ ୨୪ଟଙ୍କା ମହଙ୍ଗା ହୋଇଛି। ସେହିପରି ୯୧୬ଶୁଦ୍ଧତା ସୁନା ମୂଲ୍ୟ ୨୨ଟଙ୍କା, ୭୫୦ଶୁଦ୍ଧତା ସୁନା ମୂଲ୍ୟ ୧୮ଟଙ୍କା ଓ ୫୮୫ଶୁଦ୍ଧତା ସୁନା ମୂଲ୍ୟ ୧୪ଟଙ୍କା ମହଙ୍ଗା ହୋଇଛି। ଗୋଟିଏ କିଲୋ ରୁପା ମୂଲ୍ୟ ଆଜି ୫୩ଟଙ୍କା ଶସ୍ତା ହୋଇଥିବା ରିପୋର୍ଟ ମିଳିଛି।

Share Now:

Kalinga News Beuro

Next Post

ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ଇଡିରେ ହାଜର

Fri Nov 18 , 2022
ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ନୋଟିସ୍‌ ଆଧାରରେ ସୋ’ରୁମ୍‌ର ମାଲିକଙ୍କ ପୁଅ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏଣ୍ଡେଭର କାର ପାଇଁ ତାଙ୍କୁ ନୋଟିସ ହୋଇଥିଲା। ଅର୍ଚ୍ଚନା ନାଗ ଡିଲରଙ୍କ ଠାରୁ ଏଣ୍ଡଭର ଗାଡି କିଣିଥିଲେ। ଏହି ଗାଡ଼ି କ୍ୟାସ ଆକାରରେ କିଣା ହୋଇଥିଲା। ଗାଡି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ପୂର୍ବରୁ […]
କାର ସୋ’ରୁମର ମାଲିକ ଇଡିରେ ହାଜର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial