ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ଇଡିରେ ହାଜର

କାର ସୋ’ରୁମର ମାଲିକ ଇଡିରେ ହାଜର

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ନୋଟିସ୍‌ ଆଧାରରେ ସୋ’ରୁମ୍‌ର ମାଲିକଙ୍କ ପୁଅ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏଣ୍ଡେଭର କାର ପାଇଁ ତାଙ୍କୁ ନୋଟିସ ହୋଇଥିଲା। ଅର୍ଚ୍ଚନା ନାଗ ଡିଲରଙ୍କ ଠାରୁ ଏଣ୍ଡଭର ଗାଡି କିଣିଥିଲେ। ଏହି ଗାଡ଼ି କ୍ୟାସ ଆକାରରେ କିଣା ହୋଇଥିଲା। ଗାଡି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ପୂର୍ବରୁ ନୋଟିସ ହୋଇଥିଲା। ଚର୍ଚ୍ଚା ହେଉଛି ଯେ, ଅଚ୍ଚର୍ନାଙ୍କୁ କେହି ଜଣେ ଦାମୀ ଏଣ୍ଡେଭର କାର ଉପହାର ଆକାରରେ ଦେଇଥିଲା। ଏହି ଦାମୀ କାରର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା। ଏହି ଗାଡ଼ି‌ରେ ବସି ଅର୍ଚ୍ଚନା ତାଙ୍କ କଳା ସାମ୍ରାଜ୍ୟ ଚଳାଇଥିଲେ। ଏହି କାର ଭିତରେ ହିଁ ସେ ଅନେକ ଡିଲ୍ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେହି କାରକୁ ଏବେ ଖୋଜିବା ଆରମ୍ଭ କରିଛି। ଯଦି କୌଣସି ବ୍ୟକ୍ତି ଅର୍ଚ୍ଚନାଙ୍କ ଏହି କାରକୁ ଲୁଚାଇ ଥିବ, ତାଙ୍କ ବିରୋଧରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ପଡ଼ିଲେ କାର ଲୁଚାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି। ଏହି ଦାମୀ କାର୍‌ ରାଜ୍ୟର କେଉଁ କେଉଁ ସ୍ଥାନକୁ ଯାଇଛି ତାହାର ସବିଶେଷ ତଥ୍ୟ ପାଇଁ ଇଡି ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଅର୍ଚ୍ଚନା ନାଗ ମାମଲାରେ ଇଡିର ରିମାଣ୍ଡରେ ଥିବା ଖଗେଶ୍ବର ପାତ୍ରର ରିମାଣ୍ଡ ଅବଧି ଗୁରୁବାର ୭ ଦିନରେ ପହଞ୍ଚିଛି। ଏହାରି ମଧ୍ୟରେ ଖଗେଶ୍ବରକୁ ମାରାଥନ ଜେରା କରି ଅନେକ ତଥ୍ୟ ପାଇଛି ଇଡି। ଖଗେଶ୍ବର ଅର୍ଚ୍ଚନାଙ୍କ ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଦେବା ପରେ ଏବେ ଇଡି ଅର୍ଚ୍ଚନା ନାଗଙ୍କ ଏକ ନିର୍ଦ୍ଧିଷ୍ଟ ଦାମୀ କାର ଉପରେ ନଜର ପକାଇଛି। ଇଡିର ଦୁଇଟି ଭିନ୍ନ ଭିନ୍ନ ଟିମ୍ ଅର୍ଚ୍ଚନାଙ୍କ ନାଗଙ୍କ ସତ୍ୟବିହାର ଘର, ସୁପ୍ରିମ କାର ବଜାର, ପଳାସୁଣୀରେ ଥିବା ଏକ ଆପାର୍ଟମେଣ୍ଟରେ ଏକା ସାଙ୍ଗରେ ଚଢ଼ଉ କରିଛି। କିନ୍ତୁ କେଉଁଠୁ ବି ଅଚ୍ଚର୍ନାଙ୍କ ଦାମୀ କାରର ପତ୍ତା ପାଇନାହିଁ ଇଡି। ବିଶେଷକରି ଅର୍ଚ୍ଚନା ଚଢ଼ୁଥିବା ଏଣ୍ଡେଭର କାର। କାରଣ ଏହି କାରକୁ ଜଣେ ବିଧାୟକ ଉପହାର ଦେଇଥିବା ଇଡି ଜାଣିବାକୁ ପାଇଛି। ତେଣୁ ବିଧାୟକଙ୍କ ବିରୋଧରେ ଶକ୍ତ ପ୍ରମାଣ ପାଇବା ପାଇଁ ଏବେ ଇଡି ସେହି କାରକୁ ଖୋଜିବା ଆରମ୍ଭ କରିଛି। ବିଧାୟକ ନିଜେ ଏହି କାର କିଣି ଅର୍ଚ୍ଚନାଙ୍କୁ ଦେଇଥିଲେ ନା, ବିଧାୟକଙ୍କ ନିର୍ଦ୍ଦେଶରେ ଆଉ କେହି କାରଟିକୁ ଅର୍ଚ୍ଚନାଙ୍କୁ ଦେଇଥିଲେ ତାର ଭିତିରି ଅନୁସନ୍ଧାନ ଚଳାଇଛି ଇଡି। ଏଥିପାଇଁ ଇଡ଼ି ଗତ ଦୁଇ ଦିନ ହେବ ଜୋରଦାର ପ୍ରୟାସ ଚଳାଇଛି।
ଆଜି ଇଡି ପକ୍ଷରୁ କୁହାଯାଇଛି କି ଯେ କେହି ବି ସେହି କାରକୁ ରଖିଛି ତୁରନ୍ତ ଇଡି ଅଫିସକୁ ଆସି ଫେରସ୍ତ କରାନ୍ତୁ। ନଚେତ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଇଡି ଜାଣିବାକୁ ପାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଡି ମଧ୍ୟ ତାର ଗୁଇନ୍ଦା ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଯଦି କେହି କାର ଲୁଚାଇଥିବା ପ୍ରମାଣ ମିଳେ ତାଙ୍କୁ ମଧ୍ୟ ଗିରଫ କରାଯିବ। ସେହିପରି ଗୁରୁବାର ସନ୍ଧ୍ୟାରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ପୂର୍ବର ଗତିବିଧି ଉପରେ ନଜର ପକାଇବା ଲାଗି ସେ ବ୍ୟବହାର କରୁଥିବା ସେହି ଦାମୀ କାର୍‌ କେଉଁଆଡ଼େ ଯାଇଛି ତା’ର ତଥ୍ୟ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଇଡି ଖୁଆଡ଼ରେ ୭ ଦିନ ଧରି ମାରାଥନ ଜେରା ହେବା ପରେ ଖଗେଶ୍ବର ଝାଉଁଳି ଗଲାଣି। ଇଡିର ଅଧିକାରୀମାନେ ଏମିତି ପ୍ରଶ୍ନ ପଚାରୁଛନ୍ତି ଯେ, ଶୀତ ରାତିରେ ବି ତା ଦେହରୁ ଖାଲି ଝାଳ ବାହାରୁଛି। ପ୍ରକାଶଥାଉକି ଇଡି କର୍ତ୍ତୃପକ୍ଷ ଖଗେଶ୍ବରକୁ ଗତ ୧୦ ତାରିଖରେ ଗିରଫ କରିଥିଲା। ପରେ ତାକୁ ୧୦ ଦିନ ପାଇଁ ରିମାଣ୍ଡରେ ନେଇ ଇଡିର ଅଧିକାରୀମାନେ ଜେରା କରୁଛନ୍ତି। ଜେରାବେଳେ ଖଗେଶ୍ବର ଅନେକ ଗୁମର କଥା ଇଡିକୁ କହି ସାରିଲାଣି। ସେହି ସବୁ ଗୁମର କଥାର ପ୍ରମାଣ ସଂଗ୍ରହ କରିବା ଆରମ୍ଭ କରିଛି ଇଡି। ପ୍ରମାଣ ମିଳିଗଲା ପରେ ଇଡି ବଡ଼ ବଡ଼ ହସ୍ତୀମାନଙ୍କ ଉପରେ ନଜର ପକାଇବ ବୋଲି ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ବାଲିଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ

Fri Nov 18 , 2022
କଟକ: ବାଲିଯାତ୍ରାକୁ ନେଇ ବିବାଦ ଉଠିଛି। ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେସାଲ ଅଡିଟ କରାଯାଉ। ସେ କହିଛନ୍ତି, ଏଥର ବାଲିଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେତେ ଆୟ ହୋଇଛି ତାହା ସର୍ବସମୁଖକୁ ଆସିବା ଦରକାର। କାରଣ ଗୋଟିଏ […]
ବାଲିଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ କରାଯାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial