କାହ୍ନା’ ପ୍ରେମରେ ସୁନ୍ଦରୀ ପାଗଳ

ଅନୁଗୋଳ : ‘କାହ୍ନା’ର ପ୍ରେମରେ ପାଗଳ ଶାତକୋଶିଆ ବାଘୁଣୀ। ତା’ ଚେହେରା ଓ ଆଚରଣରେ ଖୁବ୍‌ ଆକର୍ଷିତ। ତା’ ସହ ମିଶିବାକୁ ଏନ୍‌କ୍ଲୋଜର ଚାରିପାଖରେ ଚକ୍କର କାଟୁଛି। ତା’ ପ୍ରତି ‘କାହ୍ନା’ ବି ଖୁବ୍‌ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ‘କାହ୍ନା’ର ଗତିବିଧି ଉପରେ ନଜର ରଖିବା ପାଇଁ ଏନ୍‌କ୍ଲୋଜରରେ ଲାଗିଥିବା ସିସିଟିଭିରୁ ଏହା ସ୍ପଷ୍ଟ ହୋଇଛି।
୧୫ ଦିନ ପରେ ଆଜି ଅପରାହ୍ନ ୨ଟା ବେଳେ ‘କାହ୍ନା’କୁ ଶାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଛି। ବାଘଟି ଅଭୟାରଣ୍ୟ ଭିତରେ ନିର୍ଭୟରେ ବିଚରଣ କରୁଥିବା ଦେଖିବାକୁ ମିଳିଛି। ତଥାପି ବାଘ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ। ସେଥିପାଇଁ ବାଘ ଦେହରେ ଲାଗିଥିବା କଲାର୍ (ଜିପିଏସ୍) ମାଧ୍ୟମରେ ତା’ର ଗତିବିଧିକୁ ଅନୁଧ୍ୟାନ କରାଯାଉଥିବା ଚିଫ୍ ୱାଇଲ୍‌ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି।
ଶାତକୋଶିଆ ଅଭୟାରଣ୍ୟରେ ବାଘ ସଂଖ୍ୟା କମିଯାଇଥିଲା। ଏହାକୁ ନେଇ ପରିବେଶବିତମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ରାଜ୍ୟ ସରକାର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଗୋଟିଏ ମହାବଳ ବାଘ ଆଣିଥିଲେ। ଅଭୟାରଣ୍ୟ ନାଁ ଅନୁସାରେ ବାଘର ନାମ ‘କାହ୍ନା’ ରଖାଯାଇଥିଲା। ଆଜି ‘କାହ୍ନା’କୁ ଜଙ୍ଗଲ ଭିତରକୁ ଛଡ଼ାଯିବା ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବାଘକୁ ଏନ୍‌କ୍ଲୋଜରରୁ ମୁକ୍ତ କରାଯାଇଛି।
କାହ୍ନା ରହୁଥିବା ଏନ୍‌କ୍ଲୋଜର ପାଖରେ ସାତକୋଶିଆରେ ପୂର୍ବରୁ ରହୁଥିବା ବାଘୁଣୀ ବୁଲୁଥିବା ସିସିଟିଭିରେ ଦେଖାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ସାତକୋଶିଆର ବାଘୁଣୀ ଓ କାହ୍ନାର ମିଳନର ଯଥେଷ୍ଟ ସମ୍ଭାବନା ରହିଛି।
ସେପଟେ ପରିବେଶ ସହ ବେଶ୍ ଭଲ ଭାବେ ଖାପ ଖୁଆଇଛନ୍ତି କାହ୍ନା ଓ ସୁନ୍ଦରୀ। ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ସ୍ୱଚ୍ଛନ୍ଦରେ ବିଚରଣ କରୁଛି।

Share Now:

Kalinga News Beuro

Leave a Reply

Next Post

ଆଜି ଉଦ୍‌ଘାଟିତ ହେବ ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌

Sat Jul 7 , 2018
ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌ ଆଜି ଉଦ୍‌ଘାଟିତ ହେବ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବେ। ଆସନ୍ତା କାଲିଠାରୁ ଏହି ଷ୍ଟେସନ୍‌ରେ ପରୀକ୍ଷାମୂଳକ ଭାବେ ୩ଟି ଯାତ୍ରୀବାହୀ ଟ୍ରେନ୍‌ ରହିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ହାଓଡ଼ା-ପୁରୀ-ସନ୍ତ୍ରାଗାଛି, ରାଉରକେଲା-ପୁରୀ -ରାଉରକେଲା ଏବଂ କଟକ-ବ୍ରହ୍ମପୁର-କଟକ ମେମୁ। ୬ ମାସ ପର୍ଯ୍ୟନ୍ତ ଏହି ରହଣି ଜାରି ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ନ୍ୟୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial