ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପରଲୋକ

ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ବର: ସ୍ବନାମଧନ୍ୟ ଚିକିତ୍ସକ ଓ ରାଜ୍ୟ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କର ଆଜି ପରଲୋକ ଘଟିଛି। ଭୋର ୪.୪୫ ସମୟରେ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ଡାକ୍ତର ଆଚାର୍ଯ୍ୟ ଶେଷ ଜୀବନ ପର୍ଯ୍ୟନ୍ତ ରୋଗୀ ସେବାରେ ସକ୍ରିୟ ଥିଲେ। ସେ ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଭାବରେ ସାରା ରାଜ୍ୟରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ଧର୍ମପତ୍ନୀ ଡାକ୍ତର ସେବା ମହାପାତ୍ର ଓ ଡାକ୍ତର ରେଖା ମହାପାତ୍ର ଉପସ୍ଥିତ ଥିଲେ।
ଡାକ୍ତର ଆଚାର୍ଯ୍ୟଙ୍କ ବିୟୋଗରେ ରାଜ୍ୟ ଜଣେ ସୁଚିକିତ୍ସକ ଓ ସମାଜସେବୀ ଡାକ୍ତରଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଇଛି। ତାଙ୍କର ଏକମାତ୍ର ପୁତ୍ର ଆମେରିକାରେ ଅଛନ୍ତି। ସେ ଆସିବା ପର୍ଯ୍ୟନ୍ତ ଡାକ୍ତର ଆଚାର୍ଯ୍ୟଙ୍କ ମରଶରୀରକୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ନୂଆପଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଆସି ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

Share Now:

Kalinga News Beuro

Next Post

ରାଜରାସ୍ତା କଡ଼ରୁ ଅଜଣା ଯୁବକର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

Sun Nov 20 , 2022
ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଥିବା ଏକ ନିଛାଟିଆ ପୋଲ ନିକଟରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଏହା ଏକ ଯୋଜନାବଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ସୂଚନାଥାଉକି, ଆଜି ସକାଳ ସମୟରେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ନାଳ ଉପରେ ଥିବା ଏକ […]
ରାଜରାସ୍ତା କଡ଼ରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial