ରାଜରାସ୍ତା କଡ଼ରୁ ଅଜଣା ଯୁବକର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ରାଜରାସ୍ତା କଡ଼ରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଥିବା ଏକ ନିଛାଟିଆ ପୋଲ ନିକଟରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଏହା ଏକ ଯୋଜନାବଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ସୂଚନାଥାଉକି, ଆଜି ସକାଳ ସମୟରେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ନାଳ ଉପରେ ଥିବା ଏକ ବୁଦା ମୂଳେ ଜଣେ ଯୁବକର ମୃତଦେହ ପଡିଥିବାର ଦେଖିବାକୁ ପାଇ ବିଶୋଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହଟି ମୁହଁ ମାଡ଼ି ପଡିଥିବା ହେତୁ ଏହାର ପରିଚୟ ମିଳିପାରିନାହିଁ। ସେହିପରି ମୃତଦେହ ପାଖରେ ମଦ, ମାଂସ ପଡ଼ିବା ସହିତ ନିକଟସ୍ଥ ଏକ ଚଟାଣରେ ରକ୍ତଛିଟା ଲାଗିଥିବା କାରଣରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Share Now:

Kalinga News Beuro

Next Post

ଇଫିରେ ପ୍ରଦର୍ଶନ ଲାଗି ଦୁଇ ଓଡ଼ିଆ ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଓ ‘ବାପା’

Sun Nov 20 , 2022
ଭୁବନେଶ୍ୱର: ପୁଣି ଇଫି(ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ)ରେ ପ୍ରଦର୍ଶନ ଲାଗି ଓଡ଼ିଆ ସିନେମା ମନୋନୀତ ହୋଇଛି। ଏଥର ଦୁଇଟି ଛବିଙ୍କୁ ଭିନ୍ନ ଭିନ୍ନ କାରଣରୁ ପ୍ରଦର୍ଶନ ଲାଗି ଅନୁମତି ଦିଆଯାଇଛି। ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଏହାର ସାଉଣ୍ଡ ଡିଜାଇନ୍ ପାଇଁ ଇଫି ରେ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ନିବେଦିତ ଏହି ସିନେମାରେ ମାମୁନି ମିଶ୍ର ଓ ସୁକେଶ ପଣ୍ଡା […]
ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial