ଇଫିରେ ପ୍ରଦର୍ଶନ ଲାଗି ଦୁଇ ଓଡ଼ିଆ ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଓ ‘ବାପା’

ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’

ଭୁବନେଶ୍ୱର: ପୁଣି ଇଫି(ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ)ରେ ପ୍ରଦର୍ଶନ ଲାଗି ଓଡ଼ିଆ ସିନେମା ମନୋନୀତ ହୋଇଛି। ଏଥର ଦୁଇଟି ଛବିଙ୍କୁ ଭିନ୍ନ ଭିନ୍ନ କାରଣରୁ ପ୍ରଦର୍ଶନ ଲାଗି ଅନୁମତି ଦିଆଯାଇଛି। ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଏହାର ସାଉଣ୍ଡ ଡିଜାଇନ୍ ପାଇଁ ଇଫି ରେ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ନିବେଦିତ ଏହି ସିନେମାରେ ମାମୁନି ମିଶ୍ର ଓ ସୁକେଶ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମୃତ୍ୟୁଞ୍ଜୟ ଜେନା ଏହାର ଲେଖକ, ସଂପାଦକ ଓ ନିର୍ଦେଶକ। ସତ୍ୟମ ସାଗର ସାହୁ ଏହାର ସିନେମାଟୋଗ୍ରାଫର୍। ଅପରପକ୍ଷରେ ସଂପାଦନା ଶ୍ରେଣୀରେ ଅନ୍ୟ ଏକ ଡିପ୍ଲୋମା ଫିଲ୍ମ ‘ବାପା’କୁ ବି ଚୟନ କରାଯାଇଛି। ଗୋଆରେ ଇଫିର ୫୩ ତମ ସଂସ୍କରଣରେ ଯୋଗଦେବା ପାଇଁ ଟୁମୋରୋ ୭୫ କ୍ରିଏଟିଭ୍ ମାଇଣ୍ଡ ପାଇଁ ଅମର ସତ୍ୟପାଠୀ (ସାଉଣ୍ଡ ବିଭାଗ)ଙ୍କୁ ଚୟନ କରାଯାଇଛି। ଏହା ଓଡ଼ିଆ ସିଗଜଗତ ଲାଗି ଏକ ଗୌରବର ବିଷୟ।

Share Now:

Kalinga News Beuro

Next Post

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ଗରିବ ରାଷ୍ଟ୍ରକୁ ‘ଲସ୍‌ ଆଣ୍ଡ୍‌ ଡ୍ୟାମେଜ୍‌’ ସହାୟତା ଦେବେ ସମୃଦ୍ଧ ରାଷ୍ଟ୍ର

Sun Nov 20 , 2022
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବରେ ସରବ୍ୟ ହେଉଥିବା ଗରିବ ରାଷ୍ଟ୍ରମାନଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ନିମନ୍ତେ ‘କୋପ୍‌୨୭’ ନାମରେ ଜଣାଶୁଣା ‘୨୭ତମ ମିଳିତ ରାଷ୍ଟ୍ରସମୂହ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ’ ଏକ ଐତିହାସିକ ରାଜିନାମାରେ ଉପଗତ ହୋଇଛି। ଏହି ରାଜିନାମା ହେଉଛି ସମୃଦ୍ଧ ରାଷ୍ଟ୍ରସମୂହଙ୍କ ବ୍ୟାପକ ‘କାର୍ବନ୍‌ ଏମିସନ୍‌’ର ସରବ୍ୟ ହେଉଥିବା ଦରିଦ୍ର ରାଷ୍ଟ୍ରମାନଙ୍କର ବିଜୟ। କାରଣ ବିଶ୍ୱ ତାପମାନ ପ୍ରତି ଅତି ସ୍ୱଳ୍ପ ଅବଦାନ ଥାଇ ସୁଦ୍ଧା ସେମାନେ ଏହାର […]
ଗରିବ ରାଷ୍ଟ୍ରକୁ ସହାୟତା ଦେବେ ସମୃଦ୍ଧ ରାଷ୍ଟ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial