ବିଜେଡ଼ି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବିଜେଡ଼ି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି। ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ନେଇ ଅଭିଯୋଗ କରିଛି ବିଜେପି। ରବିବାର ପଦ୍ମପୁର ଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ବିଜେଡ଼ିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀମାନଙ୍କ ସହ ବୈଠକ କରିଥିଲେ। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବାସଭବନରେ ଜିଆରଏସ, ଏମବିକେ, ସିଆରପି ଏବଂ ମିଶନ ଶକ୍ତିର ନେତାମାନଙ୍କୁ ଏହି ବୈଠକରେ ଡକାଯାଇଥିଲା ବୋଲି ବିଜେପି ଅଭିଯୋଗ କରିଛି। ରାଜେନ୍ଦ୍ର ଢୋଲକିଆ ଏବଂ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀଙ୍କୁ ଉପନିର୍ବାଚନରେ ବିଜେଡ଼ି ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ। କେଉଁ ପଞ୍ଚାୟତର କେଉଁ ବୁଥରେ କେତେ ଟଙ୍କା ବଣ୍ଟା ହେବ, କେଉଁଠି ଲୋକଙ୍କୁ ବିଜେଡ଼ିକୁ ଭୋଟ ଦେବା ପାଇଁ ପ୍ରଭାବିତ କରାଯିବ, ସେଥିପାଇଁ ସରକାରୀ କର୍ମଚାରୀଙ୍କୁ ବିଜେଡ଼ି ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ସିଇଓଙ୍କୁ ବୈଠକର ଫୋଟୋ ଦେବା ସହ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି। ଏହାସହ ରୋହିତ ପୂଜାରୀ ସରକାରୀ ଅଧ୍ୟାପକଙ୍କୁ ନେଇ ବୈଠକ ଉପରେ ମଧ୍ୟ ସିଇଓଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ। ମାଣ୍ଡୋସିଲ ଡିଗ୍ରୀ କଲେଜର ଇନଚାର୍ଜ ପ୍ରିନ୍ସିପାଲ ବିନୟ ରଞ୍ଜନ ପଣ୍ଡା, ଡାଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର ରଥ ଏବଂ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଦାବି କରିଛି। ୨୪ ଘଣ୍ଟା ଭିତରେ ଏହି ତିନି ଜଣଙ୍କୁ ଗିରଫ କରାନଗଲେ ସିଇଓ ଅଫିସ ଆଗରେ ତମ୍ବୁ ମାରି ଧାରଣା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି।

Share Now:

Kalinga News Beuro

Next Post

ମାଙ୍ଗାଲୁରୁ ବିସ୍ଫୋରଣ : ଦିଆସିଲି କାଠିରୁ ଫସଫରସ ବାହାର କରି ବିସ୍ଫୋରକରେ ବ୍ୟବହାର କରୁଥିଲା ଅଭିଯୁକ୍ତ

Mon Nov 21 , 2022
ନୂଆଦିଲ୍ଲୀ : ଗତ ଶନିବାରଦିନ ମାଙ୍ଗାଲୁରୁଠାରେ ହୋଇଥିବା ଅଟୋ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକର ମହୀଶୂର ସ୍ଥିତ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ତା ଘରୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ବିସ୍ଫୋରକ ପ୍ରସ୍ତୁତିରେ ଲାଗୁଥିବା ରସାୟନ, ଜିଲେଟିନ, ସାର୍କିଟ୍, ତାର ପ୍ରେସର କୁକର। ଆହୁରି ଏକ ଚିନ୍ତାଜନକ କଥା ହେଉଛି ଦିଆସିଲି କାଠିରୁ ସେ ଫସଫରସ କାଢି ବିସ୍ଫୋରକ ତିଆରିରେ ଲଗାଉଥିଲା। ବିଶେଷକରି […]
ମାଙ୍ଗାଲୁରୁ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial