ଫୁଟବଲ ବିଶ୍ବକପରେ ବଡ଼ ବିପର୍ଯ୍ୟୟ : ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ

ବିଶ୍ବକପରେ ବଡ଼ ବିପର୍ଯ୍ୟୟ

ଦୋହା : କତାରରେ ଖେଳାଯାଉଥିବା ଫୁଟବଲ ବିଶ୍ବକପରେ ମଙ୍ଗଳବାରଦିନ ସବୁଠାରୁ ବଡ଼ ବିପର୍ଯ୍ୟୟ ହୋଇଛି। ସାଉଦି ଆରବ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ମେସି ମ୍ୟାଚର ଦଶମ ମିନିଟରେ ପେନାଲ୍ଟି ମାରି ନିଜ ଦେଶ ପାଇଁ ସ୍କୋର କରିଥିଲେ। ଏହି ଗୋଲ ସହିତ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାତଟି ବିଶ୍ୱକପ ଗୋଲର ରେକର୍ଡର ସମକକ୍ଷ ହୋଇଛନ୍ତି। ଏହା ସହିତ ସେ ଆର୍ଜେଣ୍ଟିନାର ପ୍ରଥମ ଖେଳାଳି ଭାବରେ ଚାରୋଟି ବିଶ୍ୱକପରେ ସ୍କୋର କରିଛନ୍ତି। ଆର୍ଜେଣ୍ଟିନା ପକ୍ଷରୁ ପ୍ରଥମେ ଗୋଲ ଦିଆଯିବା ପରେ ସାଉଦି ଆରବ ଲଗାତାର ୨ଟି ଗୋଲ ଦେଇଥିଲା। ଏହି ଏସୀୟ ଦେଶ ୨-୧ରେ ଆଗୁଆ ଥିବାବେଳେ ତାହାର ସମକକ୍ଷ ହେବାକୁ ଆର୍ଜେଣ୍ଟିନା ଶେଷ ପର୍ଯ୍ୟନ୍ତ ଘନ ଘନ ଆକ୍ରମଣ କରିଥିଲା। ଏହା ସତ୍ତ୍ବେ ମେସିଙ୍କ ଏହି ଦଳ ସଫଳ ହୋଇପାରିନଥିଲା। ଅନ୍ୟପକ୍ଷରେ ୧୯୦୦ ମସିହା ପରେ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା ଏକ ଅଣ-ୟୁରୋପୀୟ ଦେଶଠାରୁ ହାରିଛି। ସାଉଦି ଆରବ ପାଇଁ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଆର୍ଜେଣ୍ଟିନାର ପରବର୍ତ୍ତୀ ମ୍ୟାଚ ୨୭ ତାରିଖ ଦିନ ମେକ୍ସିକୋ ସହ ଓ ଡିସେମ୍ବର ୧ରେ ପୋଲାଣ୍ଡ ସହ ଖେଳାଯିବ।

Share Now:

Kalinga News Beuro

Next Post

ମୋତିଆବିନ୍ଦୁ ଅପରେସନ କରି ଦୃଷ୍ଟିଶକ୍ତି ହରାଇଲେ ୬ଜଣ ବ୍ୟକ୍ତି : ତଦନ୍ତ ନିର୍ଦ୍ଦେଶ ଦେଲେ ସିଏମଓ

Tue Nov 22 , 2022
କାନପୁର: ମୋତିଆବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ୬ଜଣ ବ୍ୟକ୍ତି। ବୁଢ଼ା ବୟସରେ ଆଖିକୁ ଭଲ ଦିଶିବ ବୋଲି ଆଶା ରଖି ମୋତିଆବିନ୍ଦୁ ଅପରେସନ କରିଥିଲେ ଲୋକେ। ହେଲେ ଅପରେସନ ପରେ ସେମାନେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିବେ ଜାଣିନଥିଲେ। ସ୍ୱାସ୍ଥ୍ୟ ବିଭାଗର ଅବହେଳା ହେତୁ କାନପୁରରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। କାନପୁରର ଏକ ନର୍ସିଂହୋମର ଚକ୍ଷୁ ଶିବିରରେ, ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିବା ୬ଜଣ ରୋଗୀ ଦୃଷ୍ଟି […]
ଦୃଷ୍ଟିଶକ୍ତି ହରାଇଲେ ୬ଜଣ ବ୍ୟକ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial