ଆସନ୍ତାକାଲି ଠାରୁ ସମ୍ମେଟିଭ-୧ ପରୀକ୍ଷା : ପରୀକ୍ଷା ଦେବେ ୫.୪୦ ଲକ୍ଷ ଛାତ୍ରଛାତ୍ରୀ

ନଭେମ୍ବର ୨୩ରୁ ସମ୍ମେଟିଭ-୧ ପରୀକ୍ଷା

କଟକ: ଆସନ୍ତାକାଲି ଠାରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହେବ। ସେଥିପାଇଁ ବୋର୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବିଭିନ୍ନ ନୋଡାଲ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠା ସରିଛି। ପରୀକ୍ଷାର ୧୫ ମିନଟ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ ଖୋଲାଯିଵ। ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଆଡର୍ଡ଼ ଗଠନ କରାଯାଇଛି। ଚଳିତବର୍ଷ ପରୀକ୍ଷାରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ ଟି କେନ୍ଦ୍ରରେ ଦେବେ ପରୀକ୍ଷା। ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ ଟି କେନ୍ଦ୍ରରେ ପରୀକ୍ଷା ଦେବେ। ୩୧୬ ନୋଡାଲ ସେଣ୍ଟର ଥିବାବେଳେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ। ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର କରାଯାଇଛି। ଯେଉଁଥିରେ କନ୍ଧମାଳ ୭, ମାଲକାନଗିରି ୧୦ ଓ କୋରାପୁଟର ୫ଟି ଥାନା ସାମିଲ ଅଛି।
ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି। ପରୀକ୍ଷାର ପ୍ରଥମ ଦିନ (ବୁଧବାର) ସକାଳ ୯ ଟାରେ ପରୀକ୍ଷାଆର୍ଥୀ ସେଣ୍ଟର ଭିତରକୁ ପ୍ରବେଶ କରିବେ। ଅନ୍ୟଦିନ ମାନଙ୍କରେ ୯ଟା ୧୫ ମିନିଟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ। କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କ୍ୱାର୍ଡ ସହ ଜିଲ୍ଲା ଶିକ୍ଷା ଅଧିକାରୀସ୍ତରୀୟ ସ୍କ୍ୱାର୍ଡ ଗଠନ ହେବ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ କେହି ବି ନେଇପାରିବେ ନାହିଁ। ପରୀକ୍ଷାର୍ଥୀ କେବଳ ପେନ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।

Share Now:

Kalinga News Beuro

Next Post

ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ବ୍ୟବସାୟୀ ଅମୀୟକାନ୍ତ ଦାସ

Tue Nov 22 , 2022
ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଇଡିରେ ଆଉ ଜଣେ ବ୍ୟବସାୟୀ ହାଜର ହୋଇଥିବା ଜଣାଯାଇଛି। ତାଙ୍କ ନାଆଁ ଅମୀୟକାନ୍ତ ଦାସ ବୋଲି ଜଣାଯାଇଛି। ବ୍ୟବସାୟୀଜଣକ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଅର୍ଚ୍ଚନାଙ୍କ ସହ ଲକ୍ଷ ଲକ୍ଷଟଙ୍କାର ନେଣଦେଣ କରିଛନ୍ତି। ଅମୀୟକାନ୍ତ ଦାସ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ପଠାଇଥିଲେ ବୋଲି କୁହାଯାଉଛି। ଏ ବିଷୟରେ ତଥ୍ୟ ହାସଲ କରିବାକୁ ଇଡି ପୂର୍ବରୁ ଉକ୍ତ ବ୍ୟବସାୟୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର […]
ଅର୍ଚ୍ଚନା ନାଗ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial