ଚିକିତ୍ସା ନିମନ୍ତେ ଡ଼ାକ୍ତରୀ ଟିମ ସହିତ ଦନ୍ତା ଉପରେ ନଜର ରଖିଛି ବନବିଭାଗ

ଦନ୍ତା ଉପରେ ନଜର ରଖିଛି ବନବିଭାଗ

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ। ବର୍ଷତମାମ ରାସଗୋବିନ୍ଦପୁର ଓ ବେତନଟୀ ଦୁଇଟି ରେଞ୍ଜ ଅଧୀନରେ ରହିଥିବା ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ଏବଂ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ଘଟୁଥିବା ବେଳେ ହାତୀ ଉପଦ୍ରବ ଲୋକଙ୍କ ଆଖିରୁ ନିଦ ହଯାଇଦେଇଛି। ଏକ ଆହତ ଝାଡ଼ଖଣ୍ଡୀ ଦନ୍ତା ବେତନଟୀ ରେଞ୍ଜ ତଥା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ଅଧିନ ମଶର୍ଦା ଗ୍ରାମରେ ଆଜି ସକାଳେ ପ୍ରବେଶ କରିଥିଲା। ପାଚିଲା ଧାନ ବିଲ ଭିତରେ ଆହତ ଦନ୍ତାଟି ପ୍ରବେଶ କରିଥିଲା। ବ୍ୟାପକ ପରିମାଣର ପାଚିଲା ଧାନକୁ ନଷ୍ଟ କରି ଚକଟି ଦେବା ସହ ଖାଇଥିଲା।
ତେବେ ଲୋକେ ହାତୀ ଭୟରେ ବନବିଭାଗକୁ ଖବର ଦେବାରୁ ବେତନଟୀ ରେଞ୍ଜର ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ବନବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଧାନ ବିଲରୁ ଘଉଡ଼ାଇ ଦେଇଥିଲେ। ଗୋଡ଼ରେ ଆଘାତ ଲାଗିଥିବାରୁ ଆହତ ଦନ୍ତାଟିକୁ ଚାଳିବାରେ ଅନେକ କଷ୍ଟ ହେଉଥିବାର ପରିଲକ୍ଷିତ ହୋଇଛି। ଆହତ ଦନ୍ତାଟି ଛୋଟେଇ ଛୋଟେଇ ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲିଯାଇଥିବା ବେଳେ ଡ଼ାକ୍ତରୀ ଟିମ ସହିତ ଆହତ ଦନ୍ତାର ଚିକିତ୍ସା ନିମନ୍ତେ ବନବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ରହିବା ସହ ଆହତ ଦନ୍ତା ଉପରେ ନଜର ରଖିଥିବା ଜଣାପଡିଛି।

Share Now:

Kalinga News Beuro

Next Post

ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ : ଜାତୀୟ ରାଜପଥରେ ଜାନୁଆରି ପହିଲାରୁ ଲାଗୁ ହେବ

Wed Nov 23 , 2022
କଟକ: ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଗାଡ଼ିକୁ ଇ-ଡିଟେକ୍ସନ ଦ୍ୱାରା ଧରାଯିବ। ପରିବହନ ବିଭାଗ ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଯାନକୁ ଧରିବାକୁ ଯୋଜନା କରୁଛି। ଏଥିପାଇ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହେଉଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫାଷ୍ଟଟ୍ୟାଗ୍ ଓ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ କଟାଯିବ। ୨୦୨୩ ଜାନୁଆରି ପହିଲାରୁ ଜାତୀୟ ରାଜପଥରେ ଇ-ଚିହ୍ନଟ ଲାଗୁ ଆରମ୍ଭ କରିବାକୁ ବିଭାଗ ଯୋଜନା କରିଛି। ପରିବହନ […]
ଗାଡ଼ିକୁ ଧରିବ ଇ-ଡିଟେକ୍ସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial