ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ ପୁଲିସ୍ ଡିଜି

ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ ପୁଲିସ୍ ଡିଜି

ଭୁବନେଶ୍ୱର: ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୁଲିସ୍‌ କରିଥିବା ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ସୁନିଲ ବଂଶଲ। ତାଙ୍କ ସହ ଆଇନ ଶୃଙ୍ଖଳା ଏଡିଜି , ଗୁଇନ୍ଦା ଡିଆଇଜି, ପୁଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ଥିଲେ। ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଶୀତକାଳୀନ ଅଧିବେଶନର ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ୍‌ ପୁଲିସ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି। ଏହି ସମୟରେ ୩ ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବ। ଏଥିପାଇଁ ୩୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବ। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। କେବଳ ଏତିକି ନୁହେଁ, ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି।
ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ରମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୫ଜଣ ଅତିରିକ୍ତ ଡିସିପି, ୧୧ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ, ୧୩ଜଣ ଆଇଆଇସିଙ୍କୁ ମିଶାଇ ୧୦୦ରୁ ଅଧିକ ଅଧିକାରୀ ଦାଇତ୍ୱରେ ରହିବେ। ଡିସିପି ଶ୍ରୀ ସିଂ କହିଛନ୍ତି, ଚଳିତଥର ବିଧାନସଭା ଅଧିବେଶନ ପାଇଁ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି।

Share Now:

Kalinga News Beuro

Next Post

ନିୟମ ମାନୁନି ମୋ’ ବସ୍‌ : ଅସୁରକ୍ଷିତ ଯାତ୍ରା, ଅଣନିଶ୍ୱାସୀ ଯାତ୍ରୀ

Wed Nov 23 , 2022
ଭୁବନେଶ୍ୱର: ସୁଲଭ ମୂଲ୍ୟରେ ଉତ୍ତମ ପରିବହନ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ’ ବସ୍‌ ସେବା ଏବେ ବିଭିନ୍ନ କ୍ଷେତ୍ରରେ ଅପବାଦ ମୁଣ୍ଡାଇଲାଣି। ଚାଳକଙ୍କ ବେପରୁଆ ଚାଳନା ଯୋଗୁଁ ଦୁର୍ଘଟଣା, ବସ୍‌ ଭିତରୁ ଘନଘନ ଚୋରି, କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେବା ଆରମ୍ଭ ହୋଇ ନପାରିବା ଆଦିକୁ ନେଇ ଟ୍ବିଟର୍‌ରେ ମୋ’ ବସ୍‌ ବିରୋଧରେ ଦୈନିକ ମାଳମାଳ ଅଭିଯୋଗ ଆସିବା ଏହାର ପ୍ରମାଣ। ଏବେ […]
ନିୟମ ମାନୁନି ମୋ’ ବସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial