୧୦୦ଅତିଥିଙ୍କୁ ନିମନ୍ତ୍ରଣ କରି ଶ୍ମଶାନରେ ଜନ୍ମଦିନ ପାଳିଲେ ବୃଦ୍ଧ

ଶ୍ମଶାନରେ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ନିଜର ଜନ୍ମଦିନକୁ ବିଭିନ୍ନ ଶୈଳୀରେ ପାଳନ କରୁଛନ୍ତି। କିଏ ସମୁଦ୍ର ମଝିକୁ ଯାଇ କେକ କାଟିଲାଣି ତ ଆଉ କିଏ ପାହାଡ ଉପରେ। ଏଥିସହିତ କିଛିଲୋକ ମନ୍ଦିରକୁ ଯାଇ ଏକ ସୁନ୍ଦର ଜୀବନ ପାଇଁ ପ୍ରାର୍ଥନା ବି କରିଥାଆନ୍ତି। ଭାରତରେ ଅନେକ ହିନ୍ଦୁ ଘରମାନଙ୍କରେ ବି ଏବେ ଜନ୍ମଦିନରେ କେକ କାଟିବା ପ୍ରଥା ଚାଲି ଆସିଲାଣି। ଲୋକେ ନିଜର ଜନ୍ମଦିନ କେକ କାଟିବା ପାଇଁ ଘର, ମନ୍ଦିର ଓ ରେସ୍ତୋରାଁ ସ୍ଥାନକୁ ସ୍ଥିର କରି ଥାଆନ୍ତି। ନିକଟରେ ଏକ ଖବର ସାମ୍ନାକୁ ଆସିଛି କି, ଜଣେ ବ୍ୟକ୍ତି ନିଜର ଜନ୍ମଦିନର କେକ କାଟିବା ପାଇଁ ଶ୍ମଶାନ ଭଳି ସ୍ଥାନକୁ ବାଛିଛନ୍ତି। ଏମିତି ଘଟଣା ମହାରାଷ୍ଟ୍ରର ଠାଣେରେ ଘଟିଛି। ଯାହାକି ଚର୍ଚ୍ଚାର ପରିସରକୁ ଆସିଛି। ଠାଣେ ଜିଲ୍ଲାର କଲ୍ୟାଣ ସହରରେ ୫୪ବର୍ଷର ଗୌତମ ରତନ ମୋରେ ନିଜର ଜନ୍ମଦିନ ଶ୍ମଶାନ ଘାଟରେ ପାଳନ କରିଛନ୍ତି। ମୋରେ ନଭେମ୍ବର ୧୯ରେ ମୋହନ ଶ୍ମଶାନ ଘାଟରେ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ। ଏହି ଜନ୍ମଦିନ ଭୋଜିରେ ଲୋକଙ୍କୁ ସେ କେକ ସହିତ ବିରିୟାନି ଭୋଜି ବି ଦେଇଥିଲେ। ଏହି ଭୋଜିକୁ ୧୦୦ରୁ ଅଧିକ ଲୋକ ଆସି ପହଞ୍ଚିଥିଲେ। ଏଥିରେ ୪୦ଜଣ ମହିଳା ସମେତ ଶିଶୁ ବି ସାମିଲ ଥିଲେ। ତେବେ ଜନ୍ମଦିନ ପାଳନ ପାଇଁ ଏଭଳି ସ୍ଥାନକୁ ବାଛି ମୋରେ କହିଛନ୍ତି, ‘ଅନ୍ୟ ସ୍ଥାନମାନଙ୍କ ଭଳି ଶ୍ମଶାନ ବି ଏକ ସ୍ଥାନ। ଏଠାରେ ଭୂତପ୍ରେତ ଭଳି କିଛି ବି ନଥାଏ। ଲୋକଙ୍କୁ ଏହା ଜଣାଇବା ପାଇଁ ମୁଁ ଶ୍ମଶାନରେ କେକେ କାଟିଛି। ଆଉ ଲୋକଙ୍କୁ ଭୋଜିକୁ ନିମନ୍ତ୍ରଣ ବି କରିଥିଲି।’

Share Now:

Kalinga News Beuro

Next Post

ଏସ୍‌ଓଜି-ମାଓବାଦୀଙ୍କ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ନିହତ

Thu Nov 24 , 2022
ଭୁବନେଶ୍ବର: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ଲାଗିଥିବା ଗନ୍ଧମାର୍ଦ୍ଧନ ପାହାଡ଼ ଅଞ୍ଚଳରେ ଆଜି ସୁରକ୍ଷା ବାହିନୀ (ଏସ୍‌ଓଜି ଯବାନ) ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସର ଗୁଳିରେ ୨ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ୨ଟି ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏହି ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି ଯେ, ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀମାନେ ଥିବା […]
ମହିଳା ନକ୍ସଲ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial