ଏସ୍‌ଓଜି-ମାଓବାଦୀଙ୍କ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ନିହତ

ମହିଳା ନକ୍ସଲ ମୃତ

ଭୁବନେଶ୍ବର: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ଲାଗିଥିବା ଗନ୍ଧମାର୍ଦ୍ଧନ ପାହାଡ଼ ଅଞ୍ଚଳରେ ଆଜି ସୁରକ୍ଷା ବାହିନୀ (ଏସ୍‌ଓଜି ଯବାନ) ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସର ଗୁଳିରେ ୨ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ୨ଟି ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏହି ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି ଯେ, ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀମାନେ ଥିବା ନେଇ ଏସ୍‌ଓଜି ଯବାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବିଶ୍ବସ୍ତ ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଦେଖ ନକ୍ସଲମାନେ ବିଚଳିତ ହୋଇଯାଇଥିଲେ। ସେମାନେ ପୁଲିସ ଉପରକୁ ଗୁଳି କରିଥିଲେ। କିନ୍ତୁ ପୁଲିସର ପାଲଟା ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଥିଲେ। ଏହି ଗୁଳି ବିନିମୟ ପ୍ରାୟ ଅଧଘଣ୍ଟା ଧରି ଜାରି ରହିଥିଲା। ଗୁଳିବିନିମୟ ପରେ ଘଟଣାସ୍ଥଳରୁ ମାଓବାଦୀଙ୍କ ‌ୟୁନିଫର୍ମ, ୨ଟି ଇନ୍‌ସାଫ୍‌ ରାଇଫଲ୍ସ ଜବତ ହୋଇଛି। ଜଣାପଡ଼ିଛି ଯେ, ମାଓବାଦୀ ଦ୍ବୟ ଏସିଏମ୍‌ ରାଙ୍କର ଥିଲେ। ସେମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି। ନିହତ ହୋଇଥିବା ମାଓବାଦୀମାନେ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନରେ ମୁତୟନ ଥିଲେ।
୨ ଜଣ ମାଓବାଦୀଙ୍କ ଉପରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ୫ଟି ଏସଓଜି ଟିମ ନିୟୋଜିତ ଥିଲେ। ଗନ୍ଧମାର୍ଦ୍ଧନ ପାହାଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ନିୟମିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିବ। ମାଓବାଦୀଙ୍କ ନିକଟରେ ଅପିଲ କରାଯାଉଛି ଯେ, ସେମାନେ ହିଂସା ଛାଡ଼ନ୍ତୁ। ସରକାରଙ୍କ ବିକାଶ କାମରେ ଭାଗିଦାରୀ ହୋଇ ମୂଳସ୍ରୋତରେ ଯୋଡ଼ି ହୁଅନ୍ତୁ ବୋଲି ଡିଜିପି ଶ୍ରୀ ବଂଶଲ କହିଛନ୍ତି।

Share Now:

Kalinga News Beuro

Next Post

ଇଣ୍ଡୋନେସିଆ ଭୂମିକମ୍ପ : ୨ ଦିନ ପରେ ଜୀବନ୍ତ ଶିଶୁ ଉଦ୍ଧାର

Thu Nov 24 , 2022
ଜାକାର୍ତ୍ତା : କଥାରେ ଅଛି ରଖେ ହରି ମାରେ କିଏ। ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଗତ ସୋମବାରଦିନ ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଶହ ଶହ ମୃତାହତ ହୋଇଥିବାବେଳେ ଗୋଟିଏ ଭଲ ଖବର ମିଳିଛି। ଏକ ୬ ବର୍ଷର ଶିଶୁ ୨ ଦିନ ଧରି ଭୂମିକମ୍ପର ଧ୍ବଂସସ୍ତୁପ ତଳେ ପୋତିହୋଇ ରହିବା ପରେ ତାକୁ ଜୀବନ୍ତ ଉଦ୍ଧାର କରାଯାଇଛି। ତାକୁ ଇଣ୍ଡୋନେସିଆର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। […]
ଇଣ୍ଡୋନେସିଆ ଭୂମିକମ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial