ବିଗିଡ଼ିଗଲାଣି ମଧୁସୂଦନ ଦାସ ପାର୍କ ଅବସ୍ଥା: ଭାଙ୍ଗିଗଲାଣି ପାଇଖାନା, ଦୋଳି, ଖସଡ଼ା

ବିଗିଡ଼ିଗଲାଣି ମଧୁସୂଦନ ଦାସ ପାର୍କ ଅବସ୍ଥା

ଭୁବନେଶ୍ୱର: ପୋଖରୀପୁଟସ୍ଥିତ ମଧୁସୂଦନ ଦାସ ପାର୍କ ରାଜଧାନୀର ଅନ୍ୟତମ ସୁନ୍ଦର ପାର୍କ। ସୁନ୍ଦର ସୁନ୍ଦର ଗଛ, ଅତ୍ୟାଧୁନିକ ଚିତ୍ତବିନୋଦନ ବ୍ୟବସ୍ଥା ଥିବାରୁ ରାଜଧାନୀବାସୀଙ୍କ ପାଇଁ ଏହି ପାର୍କ ଏକ ସମୟରେ ଆକର୍ଷଣର କେନ୍ଦ୍ର ପାଲଟିଥିଲା। କିନ୍ତୁ ବର୍ତ୍ତମାନ ପାର୍କର ଅବସ୍ଥା ଶୋଚନୀୟ। ପିଲାଙ୍କ ଦୋଳି, ଖସଡ଼ା ଆଦି ଭାଙ୍ଗି ଯାଇଥିବା ବେଳେ ପାଇଖାନା କାମ କରୁନାହିଁ। ପାର୍କର ଏଭଳି ଅସଜଡ଼ା ଭିତ୍ତିଭୂମିକୁ ଦେଖି ଏଠାକୁ ଆସୁଥିବା ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନାକ ଟେକୁଛନ୍ତି।
ସୂଚନାନୁସାରେ ଏହି ପାର୍କ ପରିସରରେ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ପୃଥକ ୩ଟି ଲେଖାଏ ପାଇଖାନା ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଲେଖାଏ ଇ-ଟଏଲେଟ୍ ମଧ୍ୟ ରହିଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଇ-ଟଏଲେଟ୍ କାମ କରୁନାହିଁ। ଅନ୍ୟ ଦୁଇଟି ସାଧାରଣ ଶୌଚାଳୟରେ ପାଣି ଆସୁନାହିଁ। ଫଳରେ ସକାଳେ ଓ ସନ୍ଧ୍ୟାରେ ବୁଲି ଆସୁଥିବା ଲୋକମାନେ ପାର୍କ ପରିସରରେ ହିଁ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ସକାଳେ ସନ୍ଧ୍ୟାରେ ଚାଲିବାକୁ ଆସୁଥିବା ବହୁ ମଧୁମେହ ରୋଗୀ ପାଇଖାନା ଅଭାବରୁ ଯେଉଁଠି ସେଠି ପରିସ୍ରା କରିଦେଉଛନ୍ତି। ମହିଳାମାନେ ବେଶି ସମସ୍ୟାରେ ପଡ଼ୁଛନ୍ତି। ସେହିଭଳି ଦୋଳି, ଖସଡ଼ା ଆଦି ଭାଙ୍ଗି ଗଲାଣି। ତେଣୁ ପାର୍କକୁ ଆସୁଥିବା ଛୋଟ ପିଲାଙ୍କ ଖେଳିବା ପାଇଁ ଅସୁବିଧା ହେଉଛି। ପୁଣି ପାର୍କ ଭିତରେ ଫୁଟ୍‌ପାଥ୍‌ରେ ପଡ଼ିଥିବା ଟାଇଲ୍‌ ଉଠି ଯାଇଥିବାରୁ ବରିଷ୍ଠ ନାଗରିକମାନେ ଚାଲିବା ବେଳେ ଝୁଣ୍ଟିପଡ଼ୁଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ କର୍ପୋରେଟର ଚାରୁଲତା ସାମନ୍ତରାୟ କହିଛନ୍ତି, ଏବେ ମରାମତି କାମ ଚାଲିଛି। ସବୁ ଅସୁବିଧାକୁ ଦୂର କରିବାକୁ ଉଦ୍ୟମ ଆରମ୍ଭ ହୋଇସାରିଛି।

Share Now:

Kalinga News Beuro

Next Post

ବାଇକ୍‌ ଚଳାଇ ଖସି ଯାଉଥିଲେ ଲୁଟେରା : ସାର୍ଟ କଲର୍‌ ଧରି ଟାଣି ଆଣିଲେ ପୁଲିସ୍‌ କନ୍‌ଷ୍ଟେବଲ୍‌

Sat Nov 26 , 2022
ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ଦିଲ୍ଲୀର ଜଣେ କନ୍‌ଷ୍ଟେବଲ୍‌। କନ୍‌ଷ୍ଟେବଲ୍‌ ଜଣକ ଜଣେ ଲୁଟେରାକୁ ଧରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ‌ଲୁଟେରା ଜଣକ ବାଇକ୍‌ରେ ଯାଉଥିବା ବେଳେ କନ୍‌ଷ୍ଟେବଲ୍‌ ବି ବାଇକ୍‌ରେ ଆସି ଲୁଟେରାଙ୍କୁ ଟାଣିକି ବାଇକ୍‌ରୁ ତଳକୁ ଖସାଇ ଦେଇଥିଲେ ଓ ତାଙ୍କ ଧରିବାକୁ ସମର୍ଥ ହୋଇଥିଲେ। ଏହି […]
ସାର୍ଟ କଲର୍‌ ଧରି ଟାଣି ଆଣିଲେ ପୁଲିସ୍‌ କନ୍‌ଷ୍ଟେବଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial