ବାଣ ବିସ୍ଫୋରଣରେ ଗଳିପଡ଼ିଲା ଘରର ଛାତ : ଦୁଇ ବଖରା କୋଠା ଘର ଧ୍ୱଂସ, ଜଣେ ଗୁରୁତର

ବାଣ ବିସ୍ଫୋରଣରେ ଗଳିପଡ଼ିଲା ଘରର ଛାତ-1

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତ ଦକ୍ଷିଣସାହି ଗ୍ରାମରେ ରବିବାର ଦିନ ୨ଟା ସମୟରେ ବାଣ ବିସ୍ଫୋରଣ ଘଟି ଦୁଇ ବଖରା କୋଠା ଘର ସମ୍ପୂର୍ଣ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣରେ ବିଷ୍ଣୁ ମୋହନ ସାହୁ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ଅନୁସାରେ ବିଷ୍ଣୁ ମୋହନ ସାହୁଙ୍କ ଘରେ ଅଚାନକ ବହୁତ ଜୋରରେ ବିସ୍ଫୋରଣ ଘଟିଥିଲ। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ କାନ୍ଥ ଓ ଛାତ ଗଳି ପଡିଥିଲା। ଏଥିରେ ପୋଡି ହୋଇ ଗୁରୁତର ହୋଇଥିବା ବିଷ୍ଣୁ ମୋହନଙ୍କୁ ତୁରନ୍ତ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ତେବେ ବିଷ୍ଣୁ ମୋହନ ଜଣେ ବାଣ ବ୍ୟବସାୟୀ ଓ ବାଣ କାରିଗର। ଘରେ ବାଣ ରଖିଥିବା ଯୋଗୁଁ କୌଣସି କାରଣରୁ ନିଆଁ ଲାଗି ଏପରି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଆଉ କିଛି ଇନଭର୍ଟର ବ୍ୟାଟେରୀ କିମ୍ବା ଗ୍ୟାସରୁ ନିଆଁ ଲାଗି ଘଟଣା ଘଟିଛି ବୋଲି କୁହାକୁହି ହେଉଛନ୍ତି।
ତେବେ ନିଆଁ ଲାଗିବା ପରେ କିଛି ସମୟ ପର୍ଯ୍ୟନ୍ତ ଘରେ ଥିବା ବାଣ ଫୁଟିବାକୁ ଲାଗିଥିଲା। ଯାହାଫଳରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୂତାର ଓ ଥାନା ଅଧିକାରୀ କରୁଣାକର ରାଉତ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ବିଷ୍ଣୁ ମୋହନଙ୍କ ଦୁଇ ପୁତ୍ର ବିଦେଶରେ ରହୁଥିବା ବେଳେ ତାଙ୍କ ପତ୍ନୀ ପଡ଼ିଶା ଘରକୁ ଯାଇଥିବା ବେଳେ ଏମିତି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ମହିଳାମାନେ କିଛି ନପିନ୍ଧିଲେ ବି ଭଲ ଦେଖାଯାଆନ୍ତି: ବାବା ରାମଦେବ

Sun Nov 27 , 2022
ନୂଆଦିଲ୍ଲୀ: ପୁଣି ନିଜ ବୟାନକୁ ନେଇ ବିବାଦରେ ଯୋଗଗୁରୁ ବାବା ରାମଦେବ। ମହିଳାଙ୍କୁ ନେଇ ସେ ଏକ କାର୍ଯ୍ୟକ୍ରମରେ କହୁ କହୁ କିଛି ଏଭଳି କହିଗଲେ ଯେ ଯାହା ପାଇଁ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ମହିଳାମାନେ ମୋ ଭଳି କିଛି ନପିନ୍ଧିଲେ ମଧ୍ୟ ସୁନ୍ଦର ଦିଶନ୍ତି ବୋଲି କହି ଏବେ ଫସିଯାଇଛନ୍ତି ବାବା। ମହାରାଷ୍ଟ୍ରର ଥାଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମଦେବ ବାବା କହିଥିଲେ ଯେ […]
ରାମଦେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial