ମହିଳାମାନେ କିଛି ନପିନ୍ଧିଲେ ବି ଭଲ ଦେଖାଯାଆନ୍ତି: ବାବା ରାମଦେବ

ରାମଦେବ

ନୂଆଦିଲ୍ଲୀ: ପୁଣି ନିଜ ବୟାନକୁ ନେଇ ବିବାଦରେ ଯୋଗଗୁରୁ ବାବା ରାମଦେବ। ମହିଳାଙ୍କୁ ନେଇ ସେ ଏକ କାର୍ଯ୍ୟକ୍ରମରେ କହୁ କହୁ କିଛି ଏଭଳି କହିଗଲେ ଯେ ଯାହା ପାଇଁ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ମହିଳାମାନେ ମୋ ଭଳି କିଛି ନପିନ୍ଧିଲେ ମଧ୍ୟ ସୁନ୍ଦର ଦିଶନ୍ତି ବୋଲି କହି ଏବେ ଫସିଯାଇଛନ୍ତି ବାବା। ମହାରାଷ୍ଟ୍ରର ଥାଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମଦେବ ବାବା କହିଥିଲେ ଯେ ମହିଳାମାନେ ଶାଢ଼ିରେ ବି ଭଲ ଲାଗନ୍ତି, ସାଲୱାର ସୁଟ୍‌ରେ ବି ଭଲ ଲାଗନ୍ତି ଏବଂ ମୋ ଭଳି ଆଦୌ କିଛି ନପିନ୍ଧିଲେ ବି ଭଲ ଲାଗନ୍ତି। ତାଙ୍କ ମନ୍ତବ୍ୟକୁ ନିନ୍ଦା କରି ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲିୱାଲ କହିଛନ୍ତି ଯେ ରାମଦେବ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ। ସ୍ୱାତୀ ମାଲିୱାଲ ଶୁକ୍ରବାର ଦିନ ରାମଦେବଙ୍କ ଭାଷଣର ଭିଡିଓ ଟ୍ୱିଟ କରିଛନ୍ତି। ଭିଡିଓରେ ରାମଦେବଙ୍କ ସହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ପତ୍ନୀ ଅମୃତା ଫଡନାବୀସ୍ ମଧ୍ୟ ମଞ୍ଚରେ ଉପସ୍ଥିତ ଥିବା ଦେଖାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବୋଲି ଜଣାପଡ଼ିଛି।
ଭିଡିଓରେ, ବାବା ରାମଦେବ ହସି ହସି କହୁଛନ୍ତି ଯେ, “ମୁଁ ଦେଖୁଛି ସମସ୍ତେ ବହୁତ ଖୁସି ଦେଖାଯାଉଛନ୍ତି। ଆଗରେ ବସିଥିବା ମହିଳାମାନେ ଶାଢ଼ି ପିନ୍ଧିବାର ସୁଯୋଗ ପାଇଛନ୍ତି। ହେଲେ ପଛରେ ବସିଥିବା ମହିଳାମାନେ ଘରୁ ଶାଢ଼ି ଆଣିଥିଲେ ବି ଲଗାତାର କାର୍ଯ୍ୟକ୍ରମ ହେଉଥିବାରୁ ସେମାନେ ଶାଢ଼ି ପିନ୍ଧିପାରିନାହାନ୍ତି। ହେଲେ ଆପଣମାନେ ଶାଢି‌ରେ ଭଲ ଦିଶନ୍ତି, ଅମୃତାଜୀଙ୍କ ପରି ସାଲୱାର ସୁଟ୍‌ରେ ମଧ୍ୟ ଭଲ ଦେଖାଯାଆନ୍ତି ଏବଂ ମୋ ପାରି କିଛି ନପିନ୍ଧିଲେ ବି ଭଲ ଦେଖାଯାଆନ୍ତି”।

Share Now:

Kalinga News Beuro

Next Post

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀରେ ଶିକ୍ଷକଙ୍କ ଆନ୍ଦୋଳନ

Sun Nov 27 , 2022
ଭୁବନେଶ୍ୱର: ରାଜଧାନୀରେ ଆଜି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପହଞ୍ଚିଛନ୍ତି। ନୂତନ ପେନସନ ଯୋଜନାରେ ସରକାରଙ୍କ ନୀତିବିହୀନ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଏ ନେଇ ଲୋକସେବା ଭବନ ସମ୍ମୁଖରେ ବିଶାଳ ସମାବେଶ କରିବେ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହେବେ ବୋଲି କୁହାଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ୨୦୦୧ରୁ […]
ରାଜଧାନୀରେ ଶିକ୍ଷଙ୍କ ଆନ୍ଦୋଳନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial