ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀରେ ଶିକ୍ଷକଙ୍କ ଆନ୍ଦୋଳନ

ରାଜଧାନୀରେ ଶିକ୍ଷଙ୍କ ଆନ୍ଦୋଳନ

ଭୁବନେଶ୍ୱର: ରାଜଧାନୀରେ ଆଜି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପହଞ୍ଚିଛନ୍ତି। ନୂତନ ପେନସନ ଯୋଜନାରେ ସରକାରଙ୍କ ନୀତିବିହୀନ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଏ ନେଇ ଲୋକସେବା ଭବନ ସମ୍ମୁଖରେ ବିଶାଳ ସମାବେଶ କରିବେ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହେବେ ବୋଲି କୁହାଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ୨୦୦୧ରୁ ନିୟମିତ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରାତନ ପେନ୍‌ସନ ଯୋଜନା ପ୍ରଚଳନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି। ଏନପିଏସ ଶିକ୍ଷକ ସଂଘର ଦାବିଗୁଡ଼ିକ ଯଥାର୍ଥ ଏବଂ ସରକାର ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦରକାର ବୋଲି କହି ଓଷ୍ଟା ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଓଷ୍ଟାର ସମର୍ଥନ ପରେ ଆନ୍ଦୋଳନ ଆହୁରି ତ୍ରୀବତର ହେବ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି।

Share Now:

Kalinga News Beuro

Next Post

ଅର୍ଚ୍ଚନା ନାଗ ମାମଲାରେ ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିବ ଇଡି

Sun Nov 27 , 2022
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିପାରେ ବୋଲି ସୂଚନା ରହିଛି। ଶ୍ରଦ୍ଧାଞ୍ଜଳି, ଗାଡ଼ି ଚାଳକ ଚନ୍ଦନ ଓ ବିଜିନେସ୍ ପାର୍ଟନର ଖଗେଶ୍ୱରଙ୍କ ବୟାନ ଆଧାରରେ ତାଲିକା କରାଯାଇଥିବା ଏମାନଙ୍କୁ ଜେରା କରିବ ଇଡି। ଜେରା ପାଇଁ ଇଡି ଯେଉଁ ଦ୍ୱିତୀୟ ତାଲିକା ତିଆରି କରିଛି ସେଥିରେ ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କ ସମେତ କେତେକ ରାଜନେତାଙ୍କ ନାଆଁ ଥିବା […]
ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିବ ଇଡି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial