ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହେଲେ ଲାପିଦ-ମେହବୁବା ଦାୟୀ ରହିବେ: ବିବେକ ଅଗ୍ନିହୋତ୍ରୀ

ବିବେକ ଅଗ୍ନିହୋତ୍ରୀ-2

ନୂଆଦିଲ୍ଲୀ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି)ର ଜୁରି ହେଡ୍‌ ନଦବ ଲାପିଡଙ୍କ ବୟାନକୁ ନେଇ ଏବେ ଭାରତରେ ଝଡ଼ ସୃଷ୍ଟି ହୋଇଛି। କିଛି ନଦବଙ୍କୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କ ବୟାନକୁ ବିରୋଧ କରୁଛନ୍ତି। ଟ୍ୱିଟ ଜରିଆରେ ନିଜର ପ୍ରତିକ୍ରିୟା ରଖୁଥିବା ଫିଲ୍ମ ନିର୍ମାତା ତଥା ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବେ ଆଉ ଏକ ଟ୍ୱିଟ କରିଛନ୍ତି। ଏହି ଟ୍ୱିଟରେ ସେ ନଦବ ଲାପିଡ ଓ ତାଙ୍କ କଥାକୁ ସମର୍ଥନ ଜଣାଇଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଟାର୍ଗେଟ କରିଛନ୍ତି।
ସେ ନିଜର ଏକ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ, ଏହି ଘଟଣା ପରେ ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହାହେଲେ ଆପଣ ଜାଣିଛନ୍ତି ଯେ, ଏଥିପାଇଁ ଦାୟୀ କିଏ ହେବ। ଏହି କ୍ୟାପସନ ସହ ସେ ନିଜର ଏକ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି। ରିଟ୍ୱିଟ କରାଯାଇଥିବା ଟ୍ୱିଟରେ ୪ଟି ଫଟୋ ରହିଛି। ପ୍ରଥମ ଫଟୋରେ ନଦବ ଲାପିଡ, ଦ୍ଵିତୀୟ ଫଟୋରେ ମେହବୁବା ମୁଫତିଙ୍କ ଫଟେ ସହ ତୃତୀୟ ଓ ଚତୁର୍ଥ ଫଟୋରେ କଶ୍ମୀର ହିନ୍ଦୁଙ୍କ ସୂଚୀ ରହିଛି। ଏହି ଟ୍ୱିଟର କ୍ୟାପସନରେ ଲେଖାଯାଇଛି ଯେ, ଭାରତ ସରକାରଙ୍କ ପ୍ଲାଟଫର୍ମ ଇଫି-୨୦୨୨ରୁ ଇସଲାମବାଦୀ ଆତଙ୍କବାଦୀଙ୍କୁ ଖୋଲାଖୋଲି ଭାବେ ଆଦର୍ଶଗତ ସମର୍ଥନ ଦିଆଯିବାର ଏକ ସପ୍ତାହ ମଧ୍ୟରେ ରେଜିଷ୍ଟାନ୍ସ ଫ୍ରଣ୍ଟ କଶ୍ମୀର ହିନ୍ଦୁମାନଙ୍କର ଏକ ତାଲିକା ଜାରି କରି ସେମାନଙ୍କୁ ଆତଙ୍କବାଦୀଙ୍କ ଦ୍ଵାରା ଟାର୍ଗେଟ କରାଯିବ ବୋଲି ଦାବି କରିଛନ୍ତି।

Share Now:

Kalinga News Beuro

Next Post

ରୁଷ ତେଲଦର ଉପରେ କଟକଣା ଲଗାଇଲେ ବିକଶିତ ଦେଶ : କିଣିବା ଜାରି ରଖିବ ଭାରତ

Mon Dec 5 , 2022
ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ୱେ ଭାରତ ରୁଷରୁ ତେଲ କିଣିବା ଜାରି ରଖିବା ବୋଲି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି। ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେ ୟୁରୋପୀୟ ଦେଶ ନିଜେ ରୁଷରୁ ତେଲ କିଣୁଥିବାବେଳେ ଭାରତକୁ ଉପଦେଶ ଦେବ ଠିକ ନୁହେଁ। ନିଜର ସ୍ୱାର୍ଥ ଅନୁସାରେ […]
ଭାରତ ରୁଷରୁ ତେଲ କିଣିବା ଜାରି ରଖିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial