ରାଜଧାନୀରେ ପୁଲିସ ଉପସ୍ଥିତିରେ ପୁଣି କଙ୍ଗାରୁ କୋର୍ଟ

Kangaru Court

ଭୁବନେଶ୍ୱର: ରାଜଧାନୀରେ ପୁଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟ ଚାଲିଛି। ବରମୁଣ୍ଡା ପାଲାମଣ୍ଡପଠାରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ ଘଟିଥିଲା। ଏହାପରେ ସଭା ମଝିରେ ଦୁଇ ଜଣଙ୍କୁ ଗ୍ରାମବାସୀ ଆଣ୍ଠେଇଥିଲେ। ଗାଁ ସଭା ଆଳରେ ଆଇନକୁ ହାତକୁ ନେଇଥିଲେ ଲୋକେ। ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ନାବାଳକଙ୍କୁ ଏଭଳି ଶାସ୍ତି ଦିଆଯାଇଥିବା ଜଣାଯାଇଛି। ସର୍ବସମ୍ମୁଖରେ ଏକ ଘରିକିଆ କରିବାକୁ ଲୋକେ ଚେତାବନୀ ଦେଇଥିବା ବି ଜଣାଯାଇଛି। ନିଆଁ ପାଣି ବାସନ୍ଦ କରିବାକୁ ଖୋଲାଖୋଲି ଚେତାବନୀ ଦିଆଯାଇଛି। ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ପୁଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିବାରୁ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି।

Share Now:

Kalinga News Beuro

Next Post

ସହରସାରା ମଶା, ଲୋକେ କଲବଲ : ଠୋସ୍‌ ପଦକ୍ଷେପ ନେଉନି ବିଏମ୍‌ସି

Fri Dec 9 , 2022
ବଡ଼ଗଡ଼ରେ ଉଦ୍‌ବେଗଜନକ ସ୍ଥିତି, ସାନ୍ଦ୍ରତା ୧୬୦ ପାର୍‌ ଭୁବନେଶ୍ୱର: ଦିନ ରାତି କିଛି ମାନୁନାହାନ୍ତି। ଘର, ବାହାର, ବାଡ଼ି ବଗିଚା, ଛାତ ସବୁଠି ଭଣଭଣ ହୋଇ ଘେରି ଯାଉଛନ୍ତି। ଟିକିଏ ଅନ୍ଧାରିଆ ଜାଗା ପାଇଲେ କାମୁଡ଼ି କାମୁଡ଼ି ଗୋଡ଼, ହାତ, ମୁହଁ ଫୁଲାଇ ଦେଉଛନ୍ତି। ଏମିତିକି ପାଟି, ନାକରେ ବି ପଶି ଯାଉଛନ୍ତି। ଝୁଣା ଧୂଆଁ କି ନାମୀଦାମୀ ବ୍ରାଣ୍ଡ୍‌ର ମଶାବତି, କିଛି ସେମାନଙ୍କୁ କାଟୁ କରୁନି। ମଶାମରା ନେଟ୍‌ରେ […]
ସହରସାରା ମଶା ଲୋକେ କଲବଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial