ଇଡିକୁ ଭକୁଆ ବନାଉଛନ୍ତି ଅର୍ଚ୍ଚନା : ତଦନ୍ତରେ ଅସହଯୋଗ

ଅର୍ଚ୍ଚନାଙ୍କ ୟୁ ଟର୍ଣ୍ଣରେ ବିସ୍ମିତ ଇଡି

ଭୁବନେଶ୍ୱର: ଯେଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲୁନାହାନ୍ତି ଅର୍ଚ୍ଚନା। ଇଡିକୁ ଭକୁଆ ବନାଉଛନ୍ତି ଅର୍ଚ୍ଚନା। ଇଡିରେ ହାଜର ପୂର୍ବରୁ ସେ ଦେଇଥିଲେ ବିସ୍ଫୋରକ ବୟାନ। ସେ କହିଥିଲେ ୩୦ ମିନିଟ ଦରକାର,ସବୁ ତଥ୍ୟ ପ୍ରମାଣ ସହ ଦେବି। ଇଡିର ତଦନ୍ତକୁ ଅପେକ୍ଷା କରିଛି, ଇଡି ଆଗରେ ପୋଲ ଖୋଲିବେ କହି ଚହଳ ପକାଇଥିଲେ ଅର୍ଚ୍ଚନା। କିନ୍ତୁ ଇଡି ତଦନ୍ତର ଆଜି ହେଉଛି ପଞ୍ଚମ ଦିନ। ଅର୍ଚ୍ଚନା ଆଦୌ ସହଯୋଗ କରୁନାହାନ୍ତି ବୋଲି ଇଡି କହିଛି। ଅର୍ଚ୍ଚନାଙ୍କ ହଠାତ ୟୁ ଟର୍ଣ୍ଣରେ ଇଡି ବିସ୍ମିତ। ଏତେ ଟଙ୍କା କେମିତି ଆଣିଲେ? କଳା ସାମ୍ରାଜ୍ୟ କେମିତି କଲେ ତାର ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା। ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ ପ୍ରମୁଖଙ୍କ ହନି ଟ୍ରାପ ନେଇ ମଧ୍ୟ ଇଡିର ପ୍ରଶ୍ନବାଣରେ ଚୁପ ରହିଛନ୍ତି ଅର୍ଚ୍ଚନା। ଇଡି ପ୍ରଶ୍ନର କିଛି ଉତ୍ତର ମିଳୁନି, ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଇଡି। ୧୨ ତାରିଖରେ ଅର୍ଚ୍ଚନାଙ୍କ ରିମାଣ୍ଡ ସରୁଥିବା ବେଳେ, ୧୩ ତାରିଖରେ କୋର୍ଟରେ ହାଜର ହେବେ ଜଗବନ୍ଧୁ। ତେବେ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବ ଇଡି। ଉଭୟଙ୍କୁ ଏକାଠି ପଚରାଉଚରା ପାଇଁ ମଧ୍ୟ ଇଡିର ଯୋଜନା ଚାଲିଛି।

Share Now:

Kalinga News Beuro

Next Post

ଅନର୍ସ ଡିଗ୍ରି ପାଇଁ ୩ ବର୍ଷ ବଦଳରେ ୪ ବର୍ଷ ପଢ଼ିବା ପାଇଁ ‘ୟୁଜିସି’ର ପ୍ରସ୍ତାବ

Sat Dec 10 , 2022
ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବା ଲାଗି ପଡ଼ିବ ବୋଲି ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ସୋମବାର ଦିନ ଘୋଷଣା କରିପାରେ। ଏହି ନୂଆ ନିୟମର ‘ଡ୍ରାଫ୍ଟ୍‌’ ‘ଜାତୀୟ ଶିକ୍ଷାନୀତି’ ଉପରେ ପର୍ଯ୍ୟବେଶିତ। ଏଥିରେ ଉଲ୍ଲେଖ ଅଛି, ୧୨୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୩ ବର୍ଷରେ ‘ୟୁଜି ସ୍ନାତକ ଡିଗ୍ରି’ ପାଇବାକୁ […]
ଅନର୍ସ ଡିଗ୍ରି ପାଇଁ ୪ ବର୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial