ନୀରବ ମୋଦୀକୁ ଭାରତ ଅଣାଯିବାର ପଥ ପରିଷ୍କାର

ନୀରବ ମୋଦୀକୁ ଭାରତ ଅଣାଯିବାର ପଥ ପରିଷ୍କାର

ଲଣ୍ଡନ : ପଳାତକ ବ୍ୟାଙ୍କ ଠକ ନୀରବ ମୋଦୀକୁ ଏକ ବଡ଼ ଝଟକା ଦେଇଛନ୍ତି। ଭାରତକୁ ପ୍ରତ୍ୟାର୍ପଣ ବିରୋଧରେ ନୀରବ ମୋଦୀ ବ୍ରିଟେନର ସୁପ୍ରିମକୋର୍ଟରେ ଅପିଲ କରିପାରିବ ନାହିଁ ବୋଲି ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ନୀରବ ମୋଦୀକୁ ଭାରତ ହାତରେ ପ୍ରତ୍ୟାର୍ପଣ ହେବା ନିଶ୍ଚିତ ହୋଇଯାଇଛି। କାରଣ ନୀରବ ମୋଦୀ ପାଖରେ ଏବେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ। ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୋଧରେ ନୀରବ ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲା। କିନ୍ତୁ ଗତ ନଭେମ୍ବର ମାସରେ ଲଣ୍ଡନ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ନିରବ ମୋଦୀ କୋର୍ଟରେ ଏକ ଅଦ୍ଭୁତ କାରଣ ଦର୍ଶାଇ ପ୍ରତ୍ୟାର୍ପଣ ନ କରିବାକୁ ନିବେଦନ କରିଥିଲା। ସେ ଦର୍ଶାଇଥିଲା ଯେ ତାହାର ମାନସିକ ଅବସ୍ଥା ଭଲ ନାହିଁ, ଭାରତକୁ ପଠାଇଲେ ତାହାର ମାନସିକ ଅବସ୍ଥା ଆହୁରି ଖରାପ ହେବ ଓ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ। କିନ୍ତୁ କୋର୍ଟ ତାର ଏହି ବାହାନାକୁ ମାନିନଥିଲେ। ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ବ୍ୟାଙ୍କ ଠକେଇ ମାମଲାରେ ନିରବ ମୋଦୀଙ୍କୁ ସିବିଆଇ ଓ ଇଡି ଖୋଜୁଛନ୍ତି। ନୀରବ ଗତ ୨୦୧୮ ମସିହାରେ ଭାରତରୁ ପଳାୟନ କରିଥିଲା। ଏହାର ଦୁଇବର୍ଷ ପରେ ୨୦୨୦ରେ ତାକୁ ଲଣ୍ଡନରେ ଗିରଫ କରାଯାଇଥିଲା।

Share Now:

Kalinga News Beuro

Next Post

ମୁଁ ବଞ୍ଚିଛି, ମୋ ପୁଅ ମୋତେ ମାରିନାହିଁ : ଅଭିନେତ୍ରୀ ବୀଣା କପୁର

Thu Dec 15 , 2022
ନୂଆଦିଲ୍ଲୀ: ମୁଁ ବଞ୍ଚିଛି, ମୋ ପୁଅ ମୋତେ ମାରିନାହିଁ। ଏଭଳି କହି ଲୋକଙ୍କ ଦ୍ଵନ୍ଦ ଦୂର କଲେ ଅଭିନେତ୍ରୀ। କିଛି ଦିନ ପୂର୍ବରୁ ଅଭିନେତ୍ରୀ ବୀଣା କପୁରଙ୍କ ହତ୍ୟା ଖବର ସାମ୍ନାକୁ ଆସିଥିଲା। ବୀଣା କପୁରଙ୍କୁ ତାଙ୍କ ପୁଅ ହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଖବର ତାଙ୍କ ପ୍ରଶଂସକଙ୍କ ପାଇଁ ହୃଦୟ ବିଦାରକ ଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଏହି ଘଟଣାରେ ଏକ ନୂଆ ମୋଡ଼ […]
ଅଭିନେତ୍ରୀ ବୀଣା କପୁର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial