ଓଡ଼ିଶା ଦେଖିବ ସୁଉଚ୍ଚ ମୂର୍ତ୍ତି : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ପ୍ରତିମା

୧୨୩ ଫୁଟର ଧ୍ୟାନମଗ୍ନ ଶିବ ପ୍ରତିମା

ଯାଜପୁର: ପୁରା ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଏହି ମୂତ୍ତି ସାରା ଓଡିଶାରେ ସବୁ ଠାରୁ ଉଚ୍ଚତମ ମୂର୍ତ୍ତି ରହିବ। କାରଣ ପୂର୍ବରୁ ରାଉଲକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି ରହିଥିବା ବେଳେ କୋ‌ରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି। କିନ୍ତୁ ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଯାଜପୁରର ପାଲଟିବ ପର୍ଯ୍ୟଟନର ପ୍ରାଣକେନ୍ଦ୍ର। ଯାଜପୁରରେ ମା ବିରଜାଙ୍କ ମନ୍ଦିର ରହିଥିବା ବେଳେ ଦଶାଶ୍ୱମେଧ ଘାଟ ପର୍ଯ୍ୟଟକଙ୍କୁ ଯାଜପୁରକୁ ଆକୃଷ୍ଟ କରୁଛି। ଏହାରି ଭିତରେ ମାତ୍ର ଆଉ ମାସ କେଇଟା ପରେ ପବିତ୍ର ବୈତରଣୀ ନଦୀ କୂଳରେ ଓଡିଶାର ସୁଉଚ୍ଚ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଶେଷ ହେବାକୁ ଯାଉଛି। ତେବେ ଏହି ଶିବ ମୂତ୍ତିଟିର ଉଚ୍ଚତା ୧୨୩ ଫୁଟ ରହିଛି। ଯାହାକି ଏହା ନିର୍ମାଣ ଶେଷ ପର୍ଯ୍ୟାୟ‌ରେ ପହଞ୍ଚିଛି। ଭୂମି ଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ୫୦ରୁ ୬୦ ଶ୍ରମିକ ଏହାର ନିର୍ମାଣ କାମରେ ଲାଗିଥିବା ବେଳେ ଖୁବ ସୁରକ୍ଷିତ ଭାବେ ଶ୍ରମିକମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା ଏହାର ନିର୍ମାଣ ଦାଇତ୍ୱ ନେଇଥିବା ବେଳେ ନିର୍ମାଣ ମୂଲ୍ୟ ୯ କୋଟି ୮୦ ଲକ୍ଷ ୪୨ହଜାରରେ କାମ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତମାନ ୭୦ ପ୍ରତିଶତ କାମ ସରିଥିବା ବେଳେ ୧୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଥିବା ଜଣାଯାଇଛି। ଯାହାକି ମୂର୍ତ୍ତି ସଂପୂର୍ଣ୍ଣ ପାଇଁ ୧୬ କୋଟିରୁ ଉର୍ଦ୍ଧ ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି।
ତେବେ ଏହି ମୂତ୍ତି ନିର୍ମାଣ ପ୍ରଥମ ଥର ପାଇଁ ହେଉଥିବାରୁ ଏହାର ଫ୍ରେମ୍ ନିର୍ମାଣ ବହୁ ସମୟ ସାକ୍ଷେପ ଓ ବ୍ୟୟ ବହୁଳ ରହିଛି। ଫାଇଭର ଓ ଷ୍ଟିଲରେ ଏହାର ଫ୍ରେମ ନିର୍ମାଣ କରାଯାଉଛି। ତେବେ ଏହାକୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ କପର‌ରେ ପୂରା ମୂର୍ତ୍ତିକୁ ଆଛାଦିତ କରାଯିବ। ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ହେଲେ ଏହା ହିଁ ଓଡିଶା ସବୁଠାରୁ ଉଚ୍ଚ ମୂତ୍ତି ଭାବେ ପରିଚୟ ପାଇବ। ତେବେ ଯେ ଖାଲି ଏଠାରେ ନିର୍ମାଣ ହେଉଛି ତାହା ନୁହଁ ପୁରା ମୂର୍ତ୍ତି ଚାରିପଟେ ଅନେକ ମନୋରଂଜନ ମୂଳକ ପ୍ରକଳ୍ପ ନିର୍ମାଣ କରାଯାଉଛି। ଯାହାକି ଶିବା ଗ୍ୟାଲେରି ନାମରେ ନାମିତ କରାଯିବ। ଏହି ପରିକଳ୍ପନା ଶେଷ ହେଲେ ଶିବା ଗ୍ୟାଲେରି ଯାଜପୁର ଓ ଓଡିଶା ପର୍ଯ୍ୟଟନର ଏକ ପ୍ରମୁଖ ଅଂଶ ହେବ। ଦୈନିକ ଏହି ମୂତ୍ତିକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଆଶା କରାଯାଉଛି।

Share Now:

Kalinga News Beuro

Next Post

ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆତ୍ମହତ୍ୟା ଉଦ୍ୟମ : ୪ ଘଣ୍ଟା ପରେ ଉଦ୍ଧାର

Wed Dec 21 , 2022
ଭୁବନେଶ୍ୱର: ସ୍ଥାନୀୟ ଶିଶୁଭବନ ଛକରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଆଜି ଅପରାହ୍ନରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁକ୍ତିକାନ୍ତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କରିଛନ୍ତି। ହୋର୍ଡିଂ ଉପରୁ ଉଦ୍ଧାର ହେଲା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ରାଜଧାନୀ ଚିକିତ୍ସାଳୟ ପଠାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ଯେ, ମୁକ୍ତିକାନ୍ତଙ୍କୁ […]
ମୁକ୍ତିକାନ୍ତ ବିଶ୍ବାଳ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial