ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି:ବିପରୀତ ଦିଗରେ ଟଣା ହେଲା ରଥ

ଭୁବନେଶ୍ୱର: ଆଜି ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଅନ୍ୟତମ ଆଧ୍ୟାତ୍ମିକ ସ୍ଥଳ ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅପରାହ୍ନରେ ଅଣ୍ଟାଏ ପାଣି ହୋଇ ଯାଇଥିଲା। ଫଳରେ ରଥ ଟଣା ଏକ ଘଣ୍ଟା ବିଳମ୍ବରେ ଆରମ୍ଭ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଇସ୍କନ ମନ୍ଦିରରେ ସାଢ଼େ ୩ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଅପରାହ୍ନ ୨ଟା ବେଳକୁ ପ୍ରବଳ ବର୍ଷା ହେବା ଫଳରେ ଇସ୍କନ ମନ୍ଦିର ସମ୍ମୁଖ ଦେଇ ଯାଇଥିବାର ରାସ୍ତାରେ ଅଣ୍ଟାଏ ପାଣି ଭର୍ତ୍ତି ହୋଇଯାଇଥିଲା। ଫଳରେ ରଥଟଣା କାର୍ଯ୍ୟ ପ୍ରଭାବିତ ହୋଇଥିଲା।

ବର୍ଷା ଜଳରେ ଦୁଇ ଚକିଆ ଯାନବାହାନ ଗୁଡ଼ିକ ବୁଡ଼ି ଯାଇଥିବା ଦେଖାଯାଇଥିଲା। ପରେ ଦମକଳ ବାହିନୀର ଗୋଟିଏ ମୋଟର ଓ ଭୁବନେଶ୍ୱର ମହାନଗର ନିଗମର ୨ଟି ମୋଟର ଦ୍ୱାରା ଜଳ ନିଷ୍କାସନ କରାଯାଇଥିଲା। ଶେଷରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ବିପରୀତ ରାସ୍ତାରେ ତିନି ଠାକୁରଙ୍କୁ ସିଆରପି ଛକ, ୮ ନମ୍ବର ଡିଏଭି ସ୍କୁଲ ଦେଇ ମାଉସୀ ଘରକୁ ନିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ରାଷ୍ଟ୍ରପତିଙ୍କ ଅନୁମୋଦନ :ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂଙ୍କ ସମେତ ୪ ଜଣ ଯିବେ ରାଜ୍ୟସଭା

Sat Jul 14 , 2018
ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଏବଂ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ। ବାକି ଦୁଇ ଜଣ ହେଲେ କୃଷକ ନେତା ରାମ ସକଲ ଏବଂ ଲେଖକ ଓ ସ୍ତମ୍ଭକାର ରାକେଶ ସିହ୍ନା। ବିଶ୍ୱବିଦିତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ୧୯୫୯ ମସିହାରୁ ପଥର ଖୋଦେଇ କଳାରେ ଉତ୍କର୍ଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial